କନକ ବ୍ୟୁରୋ : ୨୦୨୪ ବର୍ଷ ପାଇଁ ସାହତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ।  ଦକ୍ଷିଣ କୋରିଆର ନାଗରିକ ହାନ୍ କାଙ୍ଗ୍ ଚଳିତ ବର୍ଷ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ଲାଭ ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବ । ମଣିଷ ଜୀବନରେ ଆସୁଥିବା ତମାମ ଆଘାତ ଓ ଜଟିଳାତାକୁ ସେ ନିଜର ଲେଖା ମାଧ୍ୟମରେ ପ୍ରତିପାଦିତ କରିବାରେ ସକ୍ଷମ ହୋଇଛନ୍ତି । ନିଜର ସାହିତ୍ୟ କୃତୀ ପାଇଁ ହାନ କାଙ୍ଗ୍ କେବଳ ଦକ୍ଷିଣ କୋରିଆ ନୁହେଁ ସାରା ବିଶ୍ବରେ ପରିଚିତ ଚେହେରା । ଅକ୍ଟୋବର ୭ ତାରିଖରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ବିଜେତା ମାନଙ୍କ ନାମ ଘୋଷଣା କରାଯାଉଛି । ଏପର୍ଯ୍ୟନ୍ତ ମୋଟ୍ ୪ଟି ବିଭାଗ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷଣା ହୋଇସାରିଲାଣି ।