ହୀରାକୁଦ ପ୍ରସଙ୍ଗରେ ଗୃହରେ ପ୍ରସନ୍ନ ଆଚାର୍ଯ୍ୟ ଓ ମୁକେଶ ମହାଲିଙ୍ଗ ମୁହାଁମୁହିଁ । ମୁକେଶ ପଚାରିଲେ ବିଜେଡି ସରକାର ବେଳେ ନିର୍ମାଣ ହୋଇଛି କେତୋଟି ଡ୍ୟାମ୍

କିନ୍ତୁ ନୂଆ ସରକାର କାହିଁକି ସେ ଦୁଇଟି ପ୍ରକଳ୍ପକୁ କାହିଁକି ବାତିଲ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ୟ୍ୟ। ଏହାକୁ ନେଇ ପ୍ରସନ୍ନଙ୍କୁ ତେରେଛା ବାଣ ମାରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। କହିଛନ୍ତି, ଛତିଶଗଡ଼ ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭା ରେ ଅନେକ ବାର ଆଲୋଚନା ହୋଇଛି ।

fdgfdg

gfdfdgg Photograph: (dfggfdgr)

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ହୀରାକୁଦ ଓ ମହାନଦୀ ପ୍ରସଙ୍ଗ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ। ମହାନଦୀ ଆରମ୍ଭ ହୋଇଥିବା ସୁଖଶୋଡା ମଧ୍ୟ ସୁଖୀ ଗଲାଣି। ମହାନଦୀରେ ଇନ୍‌ଷ୍ଟ୍ରିମ ଷ୍ଟୋରେଜ କରିବା ପାଇଁ ଗତ ସରକାର କାର୍ୟ୍ୟ ଆରମ୍ଭ କରିଥିଲେ। ଦୁଇଟି ପ୍ରୋଜେକ୍ଟ ଆରମ୍ଭ କରିଥିଲେ ବିଗତ ସରକାର । କିନ୍ତୁ ନୂଆ ସରକାର କାହିଁକି ସେ ଦୁଇଟି ପ୍ରକଳ୍ପକୁ କାହିଁକି ବାତିଲ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ୟ୍ୟ। ଏହାକୁ ନେଇ ପ୍ରସନ୍ନଙ୍କୁ ତେରେଛା ବାଣ ମାରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। କହିଛନ୍ତି, ଛତିଶଗଡ଼ ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭା ରେ ଅନେକ ବାର ଆଲୋଚନା ହୋଇଛି । ମୁଁ ୨୪ ବର୍ଷ ର ପ୍ରସଙ୍ଗ କୁ ଦୋହରାଇ ବାକୁ ଚାହୁଁନି । କିନ୍ତୁ ଆପଣ ମାନେ କେତେ ଟି ଡ୍ୟାମ ତଳ ମୁଣ୍ଡରେ କରିଥିଲେ ୨୪ ବର୍ଷ ମଧ୍ୟରେ ତାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଥିବ । ନିଜକୁ ନିଜେ ପଚାରନ୍ତୁ । କିନ୍ତୁ ୮ ମାସ ଭିତରେ ଅନେକ ନୂଆ ପ୍ରକଳ୍ପ ପାଇଁ ଯୋଜନା କରି ଡିପିଆର ପ୍ରସ୍ତୁତ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe