କନକବ୍ୟୁରୋ: ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଦୃର୍ବୃତ୍ତ । ନିମାପଡ଼ା ଜୟଶ୍ରୀ ଛକ ନିକଟ ଶ୍ରୀରାମ ନଗର ଅଞ୍ଚଳର କୃଷ୍ଣଚନ୍ଦ୍ର ସାହୁଙ୍କ ଘରୁ ଲୁଟ୍ ହୋଇଛି । ପରିବାର ଲୋକେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁବୃର୍ତ୍ତ ସିସିଟିଭି ଭଙ୍ଗାରୁଜା କରିବା ସହିତ ତାଲା କାଟି ଦେଇଛନ୍ତି ।
ଘରର ତିନିଟି ରୁମରେ ଥିବା ସମସ୍ତ ଆବାସ ପତ୍ର ଭଙ୍ଗାରୁଜା କରିବା ସହିତ ଆଲମିରା ତାଡି ନଗଦ ୫୦ହଜାର ଟଙ୍କା ସହିତ ୩ ଭରିରୁ ଊର୍ଦ୍ଧ୍ବ ସୁନା ଗହଣା ଲୁଟି ନେଇଥିବା ଜଣାପଡ଼ିଛି । ଧରା ପଡ଼ିଯିବା ଭୟରେ ଦୃର୍ବୃତ୍ତ ସିସିଟିଭି ଡିଭିଆର୍ ସହିତ ହାର୍ଡ ଡିସ୍କ ଖୋଲି ନେଇଛନ୍ତି । ଏନେଇ କୃଷ୍ଣଚନ୍ଦ୍ରଙ୍କ ସମ୍ପର୍କୀୟ ରଞ୍ଜନ ପଟ୍ଟନାୟକ ନିମାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନିମାପଡ଼ା ପୋଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/3ARd8YrxkXNpWf5rBRSd.jpg)