କନକ ବ୍ୟୁରୋ : କିଟ ନେପାଳୀ ଛାତ୍ରୀ ପ୍ରିସା ସାହାଙ୍କର ଏମ୍ସରେ ସରିଲା ପୋଷ୍ଟମର୍ଟମ୍ । ବ୍ୟବଚ୍ଛେଦ ପରେ ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଏସଓପି ଅନୁସାରେ ଶବ ବ୍ୟବଚ୍ଛେଦ ହୋଇଥିବା କହିଲେ ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ । ସେପଟେ କାନ୍ଦି କାନ୍ଦି ମୃତଦେହକୁ ସ୍ୱର୍ଗଦ୍ୱାର ଅଭିମୁଖେ ନେଇ ଗଲେ ପ୍ରିସାଙ୍କ ବାପା ମା ଓ ପରିବାର ଲୋକ । କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ତାହାର ତଦନ୍ତ କରି ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ପରିବାର ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us