କନକ ବ୍ୟୁରୋ : କିଟ ନେପାଳୀ ଛାତ୍ରୀ ପ୍ରିସା ସାହାଙ୍କର ଏମ୍ସରେ ସରିଲା ପୋଷ୍ଟମର୍ଟମ୍ । ବ୍ୟବଚ୍ଛେଦ ପରେ ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଏସଓପି ଅନୁସାରେ ଶବ ବ୍ୟବଚ୍ଛେଦ ହୋଇଥିବା କହିଲେ ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ । ସେପଟେ କାନ୍ଦି କାନ୍ଦି ମୃତଦେହକୁ ସ୍ୱର୍ଗଦ୍ୱାର ଅଭିମୁଖେ ନେଇ ଗଲେ ପ୍ରିସାଙ୍କ ବାପା ମା ଓ ପରିବାର ଲୋକ । କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ତାହାର ତଦନ୍ତ କରି ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ପରିବାର ।
କିଟ୍ କ୍ୟାମ୍ପସରେ ନେପାଳୀ ଛାତ୍ର ପ୍ରିସା ସାହାଙ୍କ ଆତ୍ମହତ୍ୟା ମାମଲା । ଅନ୍ତିମ ସଂସ୍କାର ସରିବା ପରେ ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର ଲୋକେ
ଏସଓପି ଅନୁସାରେ ଶବ ବ୍ୟବଚ୍ଛେଦ ହୋଇଥିବା କହିଲେ ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ । ସେପଟେ କାନ୍ଦି କାନ୍ଦି ମୃତଦେହକୁ ସ୍ୱର୍ଗଦ୍ୱାର ଅଭିମୁଖେ ନେଇ ଗଲେ ପ୍ରିସାଙ୍କ ବାପା ମା ଓ ପରିବାର ଲୋକ ।
/kanak/media/media_files/2025/05/03/Ng58iU4xP6yXcrQ2HXUP.jpg)