କନକ ବ୍ୟୁରୋ : କିଟ୍ ଘଟଣାରେ ଆଉ ୬ ଜଣଙ୍କୁ ନୋଟିସ। ୬ଜଣଙ୍କୁ ହାଜର ହେବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ନୋଟିସ କରିଛନ୍ତି। କିଟ୍ର ସହକାରୀ ନିର୍ଦ୍ଦେଶକ ସ୍ମରିକା ପତି, ସିନିୟର ହଷ୍ଟେଲ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ର, ଆଇସି ମୁଖ୍ୟ ଇପସିତା ଶତପଥୀ, ଚିଫ ପ୍ରୋକ୍ଟର ପି.କେ ପଟ୍ଟନାୟକ ଏବଂ ଆଡମିନିଷ୍ଟ୍ରେସନ ଅଫିସର ସିଦ୍ଧାର୍ଥ ରାୟଙ୍କୁ ନୋଟିସ୍ ପଠାଯାଇଛି। ଆସନ୍ତା ୨୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପ୍ରମାଣପତ୍ର ସହ ହାଜର ହେବାକୁ ନୋଟିସ ହୋଇଛି। କିଟ୍ ବିଶ୍ୱବିଦ୍ୟାଳୟର ନେପାଳ ଛାତ୍ରୀ ପ୍ରକୃତି ଲାମ୍ସାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ମୋଟ ୧୦ଜଣଙ୍କୁ ଗିରଫ କରାଯାଇଛି। ଏହାସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ୩ଜଣଙ୍କୁ ନିଲମ୍ବନ କରାଯାଇଛି। ସେପଟେ କିଟ୍ ଘଟଣାରେ ହସ୍ତକ୍ଷେପ କରିଛନ୍ତି ନେପାଳ ମାନବାଧିକାର ଆୟୋଗ। ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ ଏକ ଚିଠି ଲେଖି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ଆୟୋଗ। ଏହା ସହ କିଟ୍ରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ମଧ୍ୟ କହିଛନ୍ତି।
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା । କିଟର ୬ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ୍
କିଟ୍ ବିଶ୍ୱବିଦ୍ୟାଳୟର ନେପାଳ ଛାତ୍ରୀ ପ୍ରକୃତି ଲାମ୍ସାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ମୋଟ ୧୦ଜଣଙ୍କୁ ଗିରଫ କରାଯାଇଛି। ଏହାସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ୩ଜଣଙ୍କୁ ନିଲମ୍ବନ କରାଯାଇଛି। ସେପଟେ କିଟ୍ ଘଟଣାରେ ହସ୍ତକ୍ଷେପ କରିଛନ୍ତି ନେପାଳ ମାନବାଧିକାର ଆୟୋଗ। ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ ଏକ ଚିଠି ଲେଖି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ଆୟୋଗ।
/kanak/media/media_files/2025/02/25/WoIe57lTy7eu6vah92C5.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)