କନକ ବ୍ୟୁରୋ : ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଉଭଭ ମା ଓ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ଜଣେ ସହାୟକ ଭାବେ କାର୍ଯ୍ୟ କରନ୍ତି । ସେ ଉଭୟ ମା ଓ ଝିଅ ସହ ସମ୍ପର୍କ ରଖିଥିଲେ । ମା କିନ୍ତୁ ଏକଥା ଜାଣି ନଥିଲେ । ମାଆ ଏକଥା ଜାଣିବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ମାଆ ଜଣଙ୍କ ଅଭିଯୁକ୍ତ ସହାୟଙ୍କ ନାମରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି