କନକ ବ୍ୟୁରୋ : ରାଜଧାନୀରେ ଚାଂଚଲ୍ୟ। ଗୁଣି ଗାରେଡ଼ି ସନ୍ଦେହରେ ଚଢ଼ାଉ । ଘର ଭିତରେ ଚାଲିଥିଲା ଗୁଣି ଗାରେଡି। ତନ୍ତ୍ର ବିଦ୍ୟା କରିବା ସହ ଦେଉଥିଲା ପଶୁ ବଳି। ଘର ମାଲିକ ଥାନାରେ ଦ୍ବାରସ୍ଥ ହେବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ତାନ୍ତ୍ରିକ ବର୍ତ୍ତମାନ ଫେରାର ଥିବା ଜଣାପଡିଛି। ଘରେ ଭିତରେ ୨୦ ଫୁଟ୍ ଖୋଳି ସେଠାରେ ମନ୍ତ୍ର, ତନ୍ତ୍ର ସାଧନା କରୁଥିଲା ତାନ୍ତ୍ରିକ। ରାଜଧାନୀରେ ଚାଲୁଥିଲା ବଡ ଧରଣର ଗୁଣି ଗାରେଡ଼ି। ଘର ଭିତରେ ଚାରି ଆଡେ଼ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା। ଘର ମାଲିକ ନିଜ ସାଙ୍ଗ ର ଜଣେ ବନ୍ଧୁଙ୍କୁ ସେହି ଘରେ ରହିବାକୁ ଦେଇଥିଲେ। ପରବର୍ତ୍ତୀ ସମୟ ରେ ଘର ମାଲିକ ସେହି ଘରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ପରବର୍ତ୍ତୀ ସମୟର ସେ ଘର ଚେକ୍ କରିବା ସମୟ ରେ ଘର ଭିତରେ ଗୁଣି ଗାରେଡ଼ି ଓ ତନ୍ତ୍ର ପୂଜା ହେଉଥିବା ଦେଖିବାକୁ ପାଇଥିଲେ। ଚର୍ଚିଲ କାନୁନଗୋ ନାମକ ବ୍ୟକ୍ତି ଏହି ତନ୍ତ୍ର ପାଠ କରୁଥିବା ନେଇ ଅଭିଯୋଗ ଆଣିଲେ ଘର ମାଲିକ। ଅଫିସ୍ କରିବେ ବୋଲି କହି ତନ୍ତ୍ର ସାଧନା କରୁଥିଲେ। ଅନେକ ଝିଅ ଓ ମହିଳା ମାନେ ଏହି ସ୍ଥାନକୁ ଆସୁଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଚର୍ଚ୍ଚିଲ କୁ ଏ ନେଇ ପଚାରିବାରୁ ସେ ତାଙ୍କ ସାଧନାରେ ଅସୁବିଧା ସୃଷ୍ଟି କଲେ  ତନ୍ତ୍ର ଜରିଆରେ ଭସ୍ମ କରିଦେବାର ଭୟ ମଧ୍ୟ ଦେଖାଇଥିଲେ। ଭୟରେ ଆଉ କିଛି କରି ନଥିଲେ ଘର ମାଲିକ। ଆଉ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।