କନକ ବ୍ୟୁରୋ : ରାଜଧାନୀରେ ମୋ-ବସ୍ ସେବା ଠପ୍ । ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ପୂର୍ବରୁ କିଛି ସୂଚନା ନଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବସ୍ ଡିପୋରେ ବସ ଛିଡ଼ାକରି ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର, କଣ୍ଡକ୍ଟର । ବିନା କାରଣରେ ସାଧାରଣ ଲୋକ ଅନେକ ସମୟରେ ଡ୍ରାଇଭର କଣ୍ଡକ୍ଟରକୁ ମାଡ଼ ମାରିବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆମ ବସ୍ ଡ୍ରାଇଭର, କଣ୍ଡକ୍ଟର । ରାଜ୍ୟ ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇଦେଲେ ସେମାନେ ଗାଡ଼ି ଚଲାଇବେ, ନହେଲେ ଗାଡ଼ି ଗଡିବ ନାହିଁ ବୋଲି କହିଛନ୍ତି ସଂଘ।
ସେପଟେ ସାମ୍ନାକୁ ଆସିଛି ଦ୍ରୁତଗତିରେ ଚାଲୁଥିବା ଆମ ବସର ଏକ ଭିଜୁଆଲ । ଯେଉଁଥିରେ ଦ୍ରୁତଗତିରେ ଗାଡ଼ି ଚାଳନା କରୁଛନ୍ତି ଡ୍ରାଇଭର । ଅନେକ ସମୟରେ ଦ୍ରୁତ ଗାଡ଼ିଚାଳନା ଯୋଗୁଁ ଦୁଘର୍ଟଣା ଘଟୁଛି । ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ବିପଦଜନକ ଗାଡ଼ିଚାଳନା ଚିନ୍ତାର କାରଣ ପାଲଟୁଛି ।