କନକ ବ୍ୟୁରୋ : ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କ ପାଇଁ ଯୋଜନା ପେଡି ନେଇ ଆସୁଛନ୍ତି ସରକାର । ଏହା ଭିତରେ ବହୁ ପ୍ରତିକ୍ଷିତ ଏନଏସସି ଘୋଷଣା କରିବାକୁ ଯୋଜନା ହୋଇଛି । ରଜ ଅବସରରେ ରାଜ୍ୟର ସହରାଞ୍ଚଳ ବୃଦ୍ଧିର ନିଅଁ ପଡିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସସି ଘୋଷଣା ହେବ । ଆସନ୍ତୁ ନଜର ପକାଇବା, ତାଲିକାରେ ଥିବା କିଛି ଏନଏସସି ଉପରେ । ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବେତନଟୀ ସହ ଆଉ ଦାବି ହେଉଥିବା କିଛି ଅଞ୍ଚଳ ଏହି ତାଲିକାରେ ସାମିଲ ହେବ । ସ୍ଥାନୀୟ ଦାବୀ ଅଞ୍ଚଳ ଦାବୀ ପରେ ନଗର ଉନ୍ନୟନ ବିଭାଗ ଏ ତାଲିକାକୁ ପଞ୍ଚାୟତିରାଜ ବିଭାଗର ଆବଶ୍ୟକୀୟ ମଞ୍ଜୁରୀ ପାଇଁ ପଠାଇଥିଲେ । ଏବେ ମଞ୍ଜୁରୀ ପରେ ଦିନେ କିମ୍ବା ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଘୋଷଣା ଏନଏସି ଗୁଡିକର ନାଁ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । 

Advertisment

ଏତିକି ନୁହେଁ ତାଲିକାଭୁକ୍ତ ହୋଇଥିବା ଏନଏସି ଗୁଡିକୁ ମୁନସିପାଲିଟୀ କରିବା ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଛି । ଭଞ୍ଜନଗର ଓ ପୋଲସରା ଏନଏସିକୁ ମୁନସିପାଲିଟୀ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି । ତେବେ ନୂଆ ସରକାର ଜାଣିଶୁଣି ପୁରୁଣା ସରକାର ଘୋଷଣା କରିଥିବା ତାଲିକାକୁ ବନ୍ଦ ରଖିଥିବା ଅଭିଯୋଗ ଆଣିଛି ବିଜେଡି । 

ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ୨୩ ଜିଲ୍ଳାର ୫୭ଟି ନୂଆ ଏନଏସି ପାଇଁ ଘୋଷଣା କରିଥିଲେ । ୬ଟି ଏନଏସିକୁ ମ୍ୟୁନିସିପାଲିଟି କରିବାକୁ ଘୋଷଣା ହୋଇଥିଲା । କିନ୍ତୁ ଏଥିପାଇଁ ସରକାରୀ ସ୍ତରରେ ବିଧିବିଦ୍ଧ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିଲା । ଏବେ ୧୨ ଏନଏସି ଘୋଷଣା ପରେ ଅନ୍ୟ ଏନଏସି ଘୋଷଣା ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି ।