କନକ ବ୍ୟୁରୋ : ଠିକ ଆତ୍ମହତ୍ୟା ପୂର୍ବରୁ ଏହି ଭିଡିଓ ବୟାନ କରୁଛି କେତେ କଷ୍ଟରେ ଥିଲେ ଅତୁଲ ସୁଭାଷ ।ଶିକ୍ଷିତ, ପ୍ରତିଷ୍ଠିତ କମ୍ପାନୀରେ ବଡ ପଦରେ ଥିଲେ। ଦୁନିଆକୁ ଦେଖାଇବାକୁ ହସୁଥିଲେ କିନ୍ତୁ ମନରେ ଚାପି ଧରିଥିଲେ ଅସମ୍ଭାଳ ଦୁଖ । ।ଡିସେମ୍ବର ୯ରେ ଚରମ ନିଷ୍ପତ୍ତି ନେବାକୁ ଚିନ୍ତା କଲେ । ୮୦ ମିନିଟରେ ଏକ ଭିଡିଓ ବନାଇ ସେହି ସବୁ କଥା କହିଲେ ଯାହାକୁ ସେ ଦୀର୍ଘଦିନ ଧରି ସହି ଆସୁଥିଲେ । କାହିଁକି ସେ ଆତ୍ମହତ୍ୟା ପାଇଁ ବାଧ୍ୟ ହେଲେ? କେମିତି ପତ୍ନୀ ଓ ତାଙ୍କ ସର୍ମ୍ପକୀୟଙ୍କଠୁ ଦୀର୍ଘଦିନ ଧରି ନିର୍ୟାତନା ସହୁଥିଲେ? ତାଙ୍କ ମୃତ୍ୟୁ ପରେ ପରିବାର,ପୁଅ ସମ୍ଭାଳିବା ସହ ନ୍ୟାୟ ଦେବାକୁ ଏମିତି ଅନେକ କଥା ଭିଡିଓରେ ରେକଡିଂ କରିଥିଲେ ଅତୁଲ ସୁଭାଷ ।

Advertisment

ଅତ୍ୟାଚାର,ଅଭିଯୋଗ ଓ ଆତ୍ମହତ୍ୟା
ପୁଅ ନାଁରେ ଲକ୍ଷଲକ୍ଷ ଟଙ୍କା ମାଗୁଥିଲା ପତ୍ନୀ ନିକିତା
୨୦୨୧ରୁ ଅତୁଲ ଓ ଶାଶୁ ଘରକୁ ଛାଡି ଚାଲିଯାଇଥିଲେ
ବାପା ଘରେ ରହି ପଇସା ମାଗିବା ସହ ମାନସିକ ନିର୍ୟାତନା ଦେଉଥିଲେ
ଅତୁଲଙ୍କ ଉପରେ ଏକାଧିକ ମାମଲା ରୁଜୁ କରିଥିଲେ
ବିଚାରପତି ଓ ପୁଲିସକୁ ଲାଞ୍ଚ ଦେଉଥିଲେ ନିକିତା
ମିଛ ମାମଲାରେ ଫସାଇ ବାରମ୍ବାର କୋର୍ଟକୁ ଟାଣୁଥିଲେ
୩କୋଟି ଦାବି କରି ଧମକ ଦେଉଥିଲେ ପତ୍ନୀ
ଅତୁଲଙ୍କ ପରିବାରକୁ ହଇରାଣ କରୁଥିଲେ
ପତ୍ନୀ ଓ ସର୍ମ୍ପକୀୟ ଲଗାତାର ଶୋଷଣ କରୁଥିଲେ


ଅକାଳରେ ଅତୁଲଙ୍କ ମୃତ୍ୟୁ ପରେ ସତେ ଯେମତି ପରିବାର ଉପରେ ପାହାଡ ଛିଣ୍ଡିପଡିଛି । କାନ୍ଦବୋବାଳିରେ ଫାଟପଡୁଛି ଘର ପରିବାର ।ପୁଅକୁ ନ୍ୟାୟ ଦେବାକୁ ଗୁହାରି କରିଛି ପରିବାର ।

ପରିବାର ପାଇଁ ୪୦ ଫର୍ଦ୍ଦର ଚିଠି  ଓ  ପୁଅ ପାଇଁ ଏକ ଉପହାର ଛାଡି ଚାଲିଯାଇଛନ୍ତି ଅତୁଲ ସୁଭାଷ ।  ଆଉ କହିଛନ୍ତି ପୁଅକୁ ଯେବେ ୧୮ବର୍ଷ ହେବ ସେତେବେଳେ ତାକୁ ଉପହାର ଦେବ । ପତ୍ନୀ ନିକିତା,ଶାଶୁ ଶ୍ବଶୁର, ଦାଦା ଶ୍ବଶୁରା ୪ଜଣଙ୍କ ନାଁରେ ମାମଲାରେ ରୁଜୁ କରିଛନ୍ତି ଅତୁଲଙ୍କ ପରିବାର ।ସେପଟେ ଅନ୍ୟ ଏକ ଆବେଦେନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ବଡ ରାୟ ଦେଇଛନ୍ତି ।ମହିଳା ସୁରକ୍ଷା ଆଇନକୁ ଅପବ୍ୟହାର କରିବା ଉଚିତ ନୁହେଁ ଓ ବ୍ୟକ୍ତଗତ ସ୍ବାର୍ଥ ପାଇଁ ପତ୍ନୀ ବ୍ୟବହାର କରିପାରିବେନି ବୋଲି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ ।