କନକ ବ୍ୟୁରୋ : ଧାନ କିଣାରେ କଟନି ଛଟନିକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ଅଭିଯୋଗ କରୁଥିବା ବେଳେ ଆଜି କଂଗ୍ରେସ ବିଧାୟକ ତାରା ବାହିନୀପତି ବିଧାନସଭାରେ ଦେଇଛନ୍ତି ବିସ୍ଫୋରକ ବୟାନ। ସିଧାସଳଖ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ତାରା। ଯୋଗାଣ ମନ୍ତ୍ରୀ କଲେକ୍ସନରେ ମାତିଛନ୍ତି। ଏଜେଣ୍ଟଙ୍କ ମାଧ୍ୟମରେ ସବୁ ଧାନ ଗୋଦାମରୁ ଆଦାୟ କରୁଛନ୍ତି ଟଙ୍କା। ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଗୃହରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାରା ବାହିନିପତି। ଖାଲି କହିନାହାନ୍ତି, ବରଂ କେଉଁ ଜିଲ୍ଲାରେ କିଏ ଏଜେଣ୍ଟ ରହିଛି, ତାର ତଥ୍ୟ ପ୍ରମାଣ ମଧ୍ୟ ରଖିଛନ୍ତି।
ସେପଟେ ତାରା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର। କହିଛନ୍ତି, ଯଦି ସତ୍ସାହସ ଅଛି, ତେବେ ପ୍ରମାଣ ଦିଅନ୍ତୁ। କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ।
ପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର ସମାନ ଅଭିଯୋଗ ଆଣିଥିଲେ। କହିଥିଲେ,ରାଇସ୍ ମିଲରଙ୍କଠାରୁ ୭ଲକ୍ଷ ଲେଖାଏଁ ଟଙ୍କା ଆଦାୟ କରାଯାଉଛି।