ବିମାନ ଦୁର୍ଘଟଣାକୁ ବିତିଲାଣି ଦେଢ ମାସ ; ଏଯାଏଁ ମିଳିଲାନି ସବୁ ମୃତକଙ୍କ ଡିଏନଏ ରିପୋର୍ଟ

ଅହମଦାବାଦ ବିମାନ ଦୁର୍ଘଟଣାରେ ମିଳିନି ସବୁ ବ୍ରିଟିସ ନାଗରିକଙ୍କ  ଦେହାବଶେଷ   ।  ଏପର୍ଯ୍ୟନ୍ତ ମିଳିନି ଡିଏନଏ ରିପୋର୍ଟ । ସମସ୍ୟାର ସମାଧାନ ପାଇଁ ଭାରତ ଓ ବ୍ରିଟେନ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ।

58

କନକ ବ୍ୟୁରୋ: ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସବୁ ବ୍ରିଟିସ ନାଗରିକଙ୍କ ପରିବାରଙ୍କୁ ଏପର୍ଯ୍ୟନ୍ତ ଡିଏନଏ ରିପୋର୍ଟ କି ଦେହାବଶେଷ ମିଳିନାହିଁ । ଗତ ଜୁନ୍ ୧୨ ତାରିଖରେ  ଅହମଦାବାଦରେ ଘଟିଥିବା ନିମାନ ଦୁର୍ଘଟଣାରେ ୫୨ ଜଣ ବ୍ରିଟିସ ନାଗରିକଙ୍କ ସମେତ ମୋଟ୍ ୨୪୧ ଜଣ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ୫୦ ଜଣ ବ୍ରିଟିସ ନାଗରିକଙ୍କ ମଧ୍ୟରୁ ୧୨ ଜଣଙ୍କ ଦେହାବଶେଷ ସଂସ୍କାର ପାଇଁ ବ୍ରିଟେନ ପଠାଯାଇଥିଲା । କିନ୍ତୁ ସେଥିରୁ ୨ଟି ଭୁଲ୍ ବାହାରିଥିଲା । ଏ ସମ୍ପର୍କରେ ଭାରତ ଓ ବ୍ରିଟେନ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଟେନ ଗସ୍ତ କାଳରେ ମଧ୍ୟ ବ୍ରିଟିସ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏନେଇ ପଦକ୍ଷେପ ନିଆଯାଉଥିବା ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe