କନକ ବ୍ୟୁରୋ : ଏଥରକ ଭାରତରେ ଆୟୋଜନ ହେଉଛି ମିସ ୱାଲ୍ଡ ୨୦୨୫ । ତେଲେଙ୍ଗାନାରେ ୭୨ମ ମିସ ୱାଲ୍ଡ ପ୍ରତିଯୋଗିତାର ବିଶାଳ ଆୟୋଜନ କରାଯାଇଛି  । ମେ ୧୦ରୁ କାର୍ଯ୍ୟକ୍ରମ  ଆରମ୍ଭ ହୋଇଥିବାବେଳେ ମେ ୩୧ରେ ଫାଇନାଲରେ ମିଳିବ ଏଥରକ ବିଶ୍ବ ସୁନ୍ଦରୀ  ।

Advertisment

ଏଥରକ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତା ଭାରତ ପାଇଁ ଖାସ ହେବାକୁ ଯାଉଛି । କାରଣ ଭାରତ ଏଥରକ ଆୟୋଜକ ଦେଶ । ଗୋଟିଏ ମଞ୍ଚରେ ଏକାଠି ହୋଇସାରିଲେଣି  ସାରା ଦୁନିଆର ସୁନ୍ଦରୀ ପ୍ରତିଯୋଗୀ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ବିଭିନ୍ନ ରାଷ୍ଟ୍ରର ପ୍ରତିଯୋଗୀଙ୍କ ମେଳି ଏଥରକ ଭାରତରେ ଜମିଛି । ୭୨ତମ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜକ ରାଜ୍ୟ ଭାବେ ତେଲଙ୍ଗାନାକୁ ଦାୟିତ୍ବ ମିଳିଛି । ମେ ୧୦ରୁ ଆରମ୍ଭ ହୋଇସାରିଛି ଭବ୍ୟ କାର୍ଯ୍ୟକ୍ରମ । ୨୨ଦେଶର ପ୍ରତିନିଧିତ୍ବ କରୁଥିବା ସୁନ୍ଦରୀ ମାନେ ତେଲେଙ୍ଗାନା ପହଁଛିବା ସହ ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି ।

ଏହି ସମୟରେ ବିଭିନ୍ନ ଦେଶର କଳା,ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି । ତେବେ ଗୋଚିବୋବଲୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଉଦଘାଟନି ଉତ୍ସବରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଯୋଗ ଦେଇଥିଲେ । ମେ ୩୧ରେ ଗ୍ରାଣ୍ଡ ଫାଇନାଲ ରାଉଣ୍ଡ ଓ ଏହି ଦିନ ପ୍ରତିଯୋଗୀଙ୍କ ମଧ୍ୟରୁ କେହି ଜଣେ ପିନ୍ଧିବେ ବିଶ୍ବ ସୁନ୍ଦରୀ ମୁକୁଟ ।