କନକ ବ୍ୟୁରୋ : ଗୋଟିଏ ପଟେ କୋଲକାତା ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦ କରାଯାଉଛି। ଅନ୍ୟପଟେ ଏଭଳି ଦୁଷ୍କର୍ମ ଭିଡଓ ୧୨ ପଇସାରେ ବିକ୍ରି ହେଉଥିବା ଜଣାପଡିଛି।  ଦୁଷ୍କର୍ମ ଏବଂ ଅସଦାଚରଣର ଭିଡିଓ କ୍ଳିପ ପିଛା ୧୨ ପଇସାରୁ ଟଙ୍କାଏ ମଧ୍ୟରେ ବିକ୍ରିକରାଯାଉଛି।  ବିଭିନ୍ନ ପର୍ଣ୍ଣ ସାଇଟରେ ଭିଡିଓ ଅପଲୋଡ କରାଯାଇଥିବା ସୂଚନା ମିଳିଛି। ୮୨୦ରୁ ଅଧିକ ଭିଡିଓ କ୍ଲିପକୁ ୯୯ ଟଙ୍କାରେ ବିକ୍ରି କରାଯାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି। ତେଲେଙ୍ଗନାରେ ଏଭଳି କାରବାର ହେଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଦୁଷ୍କର୍ମ ଭିଡିଓ ଗୁଡିକୁ ଅତି କମ ଦାମରେ ବିକ୍ରି କରାଯାଉଛି। ଯାହା ବିଭିନ୍ନ ପର୍ଣ୍ଣ ୱେବ ସାଇଟରେ ସହଜରେ ଉପଲବ୍ଧ ହୋଇପାରୁଛି। ପୂର୍ବରୁ ଡାର୍କ ନେଟରେ ଏଭଳି ଭିଡିଓ ଉପଲବ୍ଧ ହେଉଥିବା । କିନ୍ତୁ ଏବେ ବିଭିନ୍ନ ସାଇଡରେ ଭିଡିଓ ମିଳୁଛି। ବିଟକଏନ, ଟେଲିଗ୍ରାମ ଭଳି ପ୍ଲାଟଫର୍ମରେ ମଧ୍ୟ ଦୁଷ୍କର୍ମ, ଚାଇଲ୍ଡ ପର୍ଣ୍ଣ, ଅନ୍ୟ ଯୌନକ୍ରିୟା ଭିଡିଓ ସହଜରେ ମୋବାଇଲରେ ମିଳିପାରୁଛି। ବଡ଼ କଥା ହେଉଛି କୋଲକତା ଡାକ୍ତର ଦୁଷ୍କର୍ମ ଭଳି ଘଟଣାକୁ ସବୁ ନିନ୍ଦା କରୁଛନ୍ତି। କନ୍ତୁ ଦୁଷ୍କର୍ମ ଭିଡିଓ ଦେଖିବାକୁ ଲୋକ ଇଣ୍ଟରନେଟରେ ସର୍ଚ୍ଚ କରୁଥିବା ଜଣାପଡିଛି। ପୂର୍ବରୁ ମଣିପୁରରେ ତିନି ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଘଟଣାର ଭିଡିଓ ଲୋକେ ସର୍ଚ୍ଚ କରୁଥିବା ଜଣାପଡିଥିଲା। ଦୁଷ୍କର୍ମ ଭିଡିଓ ମାର୍କେଟର ବିଶ୍ବରେ ଚାହିଦା ଅଧିକ ରହିଛି।