ଉଦ୍ଧତ ପାକିସ୍ତାନ ଖେଳାଳି; ବାରମ୍ବାର ହାରିବା ପରେ ବି ମୁହଁ ଭାଙ୍ଗୁନି

Advertisment

ବାରମ୍ବାର ପରାସ୍ତ ହେଉଥିଲେ ବି କମୁନି ପାକିସ୍ତାନୀ ଖେଳାଳିଙ୍କ ଔଦ୍ଧତ୍ୟ । ସୁପର-୦୪ ମ୍ୟାଚ୍ ସମୟରେ ପଡ଼ିଆରେ ମୁହାଁମୁହିଁ ଅଭିଷେକ ବର୍ମା- ହାରିସ୍ ରଉଫ୍ । ଅମ୍ପାୟାର ଗାଜି ସୋହେଲଙ୍କ ହସ୍ତକ୍ଷେପ ପରେ ଶାନ୍ତ ପଡ଼ିଲା ସ୍ଥିତି ।

ବାରମ୍ବାର ପରାସ୍ତ ହେଉଥିଲେ ବି କମୁନି ପାକିସ୍ତାନୀ ଖେଳାଳିଙ୍କ ଔଦ୍ଧତ୍ୟ । ସୁପର-୦୪ ମ୍ୟାଚ୍ ସମୟରେ ପଡ଼ିଆରେ ମୁହାଁମୁହିଁ ଅଭିଷେକ ବର୍ମା- ହାରିସ୍ ରଉଫ୍ । ଅମ୍ପାୟାର ଗାଜି ସୋହେଲଙ୍କ ହସ୍ତକ୍ଷେପ ପରେ ଶାନ୍ତ ପଡ଼ିଲା ସ୍ଥିତି ।

05

କନକ ବ୍ୟୁରୋ: ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ସୁପର-୦୪ ମ୍ୟାଚ୍ ସମୟରେ ପଡ଼ିଆରେ ଉତ୍ତେଜନା ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ପାକିସ୍ତାନୀ ଦ୍ରୁତ ବୋଲର ହାରିସ୍ ରଉଫ୍ ଏବଂ ଶାହିନ୍ ଆଫ୍ରିଦି ଭାରତୀୟ କ୍ରିକେଟର ଅଭିଷେକ ବର୍ମା ଓ ଶୁଭମିନ୍ ଗିଲଙ୍କ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ବାକ୍ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । 

ଭାରତୀୟ ଓପନର୍ ଶୁଭମନ ଗିଲ୍ ଏବଂ ଅଭିଷେକ ଶର୍ମା କ୍ରିଜକୁ ଆସିବା ସମୟରେ ପାକିସ୍ତାନୀ ଖେଳାଳିମାନେ ସେମାନଙ୍କୁ ଉସକାଇବାକୁ ଚେଷ୍ଟା କରିଥିଲେ । ଉଭୟ ଖେଳାଳି ଚୌକା ଏବଂ ଛକା ମାରି ପ୍ରତିପକ୍ଷକୁ ଜବାବ ଦେଇଥିଲେ । ତେବେ ଯେତେବେଳେ ପାକିସ୍ତାନୀ ଖେଳାଳିମାନେ ସୀମା ଅତିକ୍ରମ ସ୍ଲେଜିଂ କରିବା ଆରମ୍ଭ କଲେ, ବାକ୍ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଅମ୍ପାୟାର ଗାଜି ସୋହେଲଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ସେହିପରି ମ୍ୟାଚ୍ ଚାଲିଥିବା ବେଳେ ଶୁଭମନ୍ ଗିଲ୍ ଏବଂ ଶାହିନ ଆଫ୍ରିଦଙ୍କ ମଧ୍ୟରେ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ସେପଟେ ଗତ ଥର ପରି ଏଥର ବି ଟସ୍ ପଡ଼ିବା ସମୟରେ ସୂର୍ଯ୍ୟକୁମାର ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe