କନକ ବ୍ୟୁରୋ : ଗୋଠଛଡା ଦନ୍ତା ହାତୀର ଉତ୍ପାତ । ଘରଦ୍ବାର ଭାଙ୍ଗିବା ସହ ନଷ୍ଟ କଲା ପରିବା ଫସଲ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ଏକ ଗୋଠଛଡା ଦନ୍ତା ହାତୀ ଉତ୍ପାତ ଚଳାଇଥିବା ବେଳେ ଗତକାଲି ବଣାଇ ସହରରେ ପଶି ରାତିରେ ତଳିତା, ବାଞ୍ଜିକୁସୁମ, ବଡ଼ପୋଷ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିଛି । ହାତୀଟି ଗୋଠଛଡା ହୋଇ ପଳାଇ ଆସି ବଣାଇ ରେଞ୍ଜ, କୁଳିପୋଷ, ବାଙ୍କୀ ଅଂଚଳରେ ଉତ୍ପାତ ଚାଲଇଛି । ହାତୀଟି ଆକ୍ରମଣକାରି ହୋଇଥିବାରୁ ବନ ବିଭାଗ ମାଇକ ଯୋଗେ ଲୋକଙ୍କୁ ସତର୍କ କରାଉଛି । ବନ ବିଭାଗ ହାତୀ ଉପରେ ନଜର ରଖିବା ସହ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଅଞ୍ଚଳବାସୀ କ୍ଷକ୍ଷତିପୂରଣ ଦାବି କରିଛନ୍ତି ।
ସୁନ୍ଦରଗଡ ବଣାଇରେ ଆତଙ୍କ ଖେଳାଉଛି ଗୋଠଛଡା ହାତୀ । ଘର ଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ
ଏକ ଗୋଠଛଡା ଦନ୍ତା ହାତୀ ଉତ୍ପାତ ଚଳାଇଥିବା ବେଳେ ଗତକାଲି ବଣାଇ ସହରରେ ପଶି ରାତିରେ ତଳିତା, ବାଞ୍ଜିକୁସୁମ, ବଡ଼ପୋଷ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିଛି ।
/kanak/media/media_files/2025/02/20/w0soyDLXJQkkWDobUOBR.jpg)