କନକ ବ୍ୟୁରୋ : ସିସିଟିଭିରେ ଗୁଳିମାଡ଼ର ଲାଇଭ୍ ଦୃଶ୍ୟ । ଦୋକାନ ଆଗରେ ବାଇକ୍ ରଖି ମୁହଁରେ ଗାମୁଛା ଗୁଡ଼ାଇ ଦୋକାନକୁ ଆସିଥିଲା ଦୁର୍ବୃତ । ୩ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଛି । ଦୋକାନୀଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଜଣେ ଗ୍ରାହକଙ୍କ ଗୋଡ଼ରେ ଗୁଳି ବାଜିଛି । ଗୋଟିଏ ଛୋଟ ପିଲା ଅଳ୍ପକେ ବର୍ତ୍ତି ଯାଇଛି । ସିସିଟିଭିରେ ସବୁ ଦୃଶ୍ୟ କଏଦ ହୋଇଛି । ୧୬ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଜଣେ ବ୍ୟବସାୟୀଙ୍କୁ ଗୁଳି ମାରି ଫେରାର ହୋଇଯାଇଛନ୍ତି ଦୁଇଜଣ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡା ଠାରେ ଏହି ଗୁଳିମାଡ଼ ଘଟିଛି । ହେଲେ ଏପର୍ଯ୍ୟନ୍ତ ଦୁର୍ବୃତଙ୍କ ପତା ପାଉନି ଚାନ୍ଦିପୋଷ ପୁଲିସ । ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ ଜାରି ରଖିଛି । ଦୁର୍ବୃତ୍ତ ଆସିଲା ଟଙ୍କା ମାଗିଲା । ଦୋକାନୀ ଶଙ୍କର ତାକୁ ଧମକ ଦେଇ ଗୋଡାଇବା ପରେ ସେ କେମିତି ଗୁଳି ଚଳାଇଲା । କେବଳ ସେତିକି ନୁହେଁ ଶଙ୍କରଙ୍କ ଛାତିରେ ଗୁଳି ବାଜିବା ପରେ ସେ ଚେୟାରରେ ବସି ପଡ଼ିବା ଦୃଶ୍ୟ ସାର୍ବଜନୀନ ହୋଇ ସାରିଲାଣି । ସିସିଟିଭିରେ ସବୁକିଛି ସ୍ପଷ୍ଟ ଭାବେ ଦେଖା ଯାଉଥିବା ସତ୍ୱ୍ୱେ ଅପରାଧୀଙ୍କ ଟେର ପାଉନି ପୁଲିସ । ତଦନ୍ତ ନାଁରେ ପୁଲିସ ଦିନ ଗଡ଼େଇ ଚାଲିଛି। ପୁରା ଦୃଶ୍ୟକୁ ଦେଖି ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରାୟ ତିନି ସପ୍ତାହ ତଳେ ବଣାଇଁ ଏସବିଆଇ ଶାଖାରୁ ସାଢେ ଚାରି ଲକ୍ଷ ଟଙ୍କା ଉଠାଇ ନେଉଥିବା ଜଣେ ବ୍ୟକ୍ତିଙ୍କ ଡିକି ଭାଙ୍ଗି ଲୁଟି ନେଇଥିଲେ ଲୁଟେରା । ସେହି ଲୁଟ୍ ଘଟଣାରେ ମଧ୍ୟ ଏବେ ବି ଅନ୍ଧାରରେ ଅଛି ପୁଲିସ । ସେହିଭଳି ଲହୁଣିପଡ଼ା ଓ କୋଇଡ଼ା ଅଞ୍ଚଳରେ ମଧ୍ୟ ଲୁଟପାଟ୍ ଘଟଣା ବଢ଼ିଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାରେ ଲୁଟେରାଙ୍କ ଆତଙ୍କ, ସାମ୍ନାକୁ ଆସିଲା ତାମଡ଼ାରେ ଦୋକାନୀଙ୍କୁ ଗୁଳିମାଡ଼ର ଚିତ୍ର, ହେଲେ ପୁଲିସ ହାତ ଖାଲି
ଦୁର୍ବୃତ୍ତ ଆସିଲା ଟଙ୍କା ମାଗିଲା । ଦୋକାନୀ ଶଙ୍କର ତାକୁ ଧମକ ଦେଇ ଗୋଡାଇବା ପରେ ସେ କେମିତି ଗୁଳି ଚଳାଇଲା । କେବଳ ସେତିକି ନୁହେଁ ଶଙ୍କରଙ୍କ ଛାତିରେ ଗୁଳି ବାଜିବା ପରେ ସେ ଚେୟାରରେ ବସି ପଡ଼ିବା ଦୃଶ୍ୟ ସାର୍ବଜନୀନ ହୋଇ ସାରିଲାଣି ।
/kanak/media/media_files/2025/05/18/StbU0noKBKro6Gx4G1DI.jpg)