କନକ ବ୍ୟୁରୋ : ବାଲେଶ୍ବର ସିମୁଳିଆ ବ୍ଲକର ୧୧ଟି ପଞ୍ଚାୟରେ ନିମ୍ନ ମାନର ଛତୁଆ ବଣ୍ଟାଯାଉଥିବା ଅଭିଯୋଗ। ଗର୍ଭବତୀ ଓ ଶିଶୁଙ୍କୁ ନିମ୍ନ ମାନର ଛତୁଆ ଦିଆଯାଉଥିବା ଅଭିଯୋଗ ହୋଇଛି । ସିମୁଳିଆ ବ୍ଲକରେ ଛତୁଆ ଯୋଗାଇ ଦେଉଥିବା ସ୍ବୟଂ ସହାୟିକା ଗୋଷ୍ଠୀର ଫୁଡ୍ ଲାଇସେନ୍ସ ୬ମାସ ହେବ ଶେଷ ହୋଇ ସାରିଛି । ଆଉ ଗତ ୬ ମାସ ଧରି ଏହି ଗୋଷ୍ଠୀ ନିମ୍ନ ମାନର ଛତୁଆ ଯୋଗାଇ ଦେଉଥିବା ବିଧାନସଭାରେ ମଧ୍ୟ ଉଠାଇଛନ୍ତି ସିମୁଳିଆ ବିଧାୟକ। ଏନେଇ ସ୍ଥାନୀୟ ଲୋକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ବି କରିଛନ୍ତି । ମାତ୍ର କିଛି ସୁଫଳ ମିଳିନାହିଁ। ଏବେ ବି ସିମୁଳିଆରେ ନିମ୍ନ ମାନର ଛତୁଆ ମିଳୁଥିବା ଅଭିଯୋଗ ହୋଇଛି ।