ଶିମିଳିପାଳରେ ୪୦ ରେ ପହଂଚିଲା ମହାବଳଙ୍କ ସଂଖ୍ୟା । ପୁରଣ ହେଲା ୪୫ ବର୍ଷର ଦାବି

୧୯୮୦ରୁ ପ୍ରଥମେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏବଂ ଶେଷରେ ଦୀର୍ଘ ୪୫ ବର୍ଷ ପରେ ଏହି ଉଦ୍ୟମ ସଫଳ ହୋଇଛି । ମୟୂରଭଞ୍ଜର ୨୭୫୦ ବର୍ଗ କିଲୋମିଟରର ବ୍ୟାପ୍ତ ରହିଛି ଶିମିଳିପାଳ ଜୈବ ବିବିଧତା । ଏଥି ମଧ୍ୟରୁ ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି । ଏହାପରଠାରୁ ଶିମିଳିପାଳ ଉପରେ କୌଣସି ବ୍ୟକ୍ତିଙ୍କ କୌଣସି ଅଧିକାର ନାହିଁ । ଏହା ସଂପୂର୍ଣ୍ଣ ସରକାରଙ୍କର । ଯାହାକୁ ନେଇ ସାରାରାଜ୍ୟ ଓ ପରିବେଶବିତଙ୍କ ମହଲରେ ଆନନ୍ଦ ଖେଳିଯାଇଛି । 

sdfgsdfffds

କନକ ବ୍ୟୁରୋ: ଶିମିଳିପାଳ ଜାତୀୟ ଉଦ୍ୟାନରେ ଜିନତ୍‌ ଓ ଯମୁନାକୁ ମିଶାଇ ୪୦ ମହାବଳ ବାଘ ଅଛନ୍ତି । ଚଳିତ ବର୍ଷ କ୍ୟାମେରା ଟ୍ରାପ୍‌ରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ । ୬ଟି ବାଘ ଶାବକ ସମେତ ୧୩ଟି ପୁରୁଷ ମହାବଳ ଓ ୧୭ଟି ବାଘୁଣୀ ରହିଛନ୍ତି। ଅନ୍ୟ ୨ଟି ମହାବଳ ପୁରୁଷ କି ବାଘୁଣୀ ତାହା ଅସ୍ପଷ୍ଟ ରହିଛି। ମହାବଳଙ୍କ ମଧ୍ୟରୁ ୧୮ଟି କଳା ମହାବଳ ଅଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ଶହେରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ । ୨୦୨୪ରେ ଶିମିଳିପାଳରେ ଥିଲେ ୨୭ ମହାବଳ ସହ ୮ଟି ଶାବକ । 

୧୯୮୦ରୁ ପ୍ରଥମେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏବଂ ଶେଷରେ ଦୀର୍ଘ ୪୫ ବର୍ଷ ପରେ ଏହି ଉଦ୍ୟମ ସଫଳ ହୋଇଛି । ମୟୂରଭଞ୍ଜର ୨୭୫୦ ବର୍ଗ କିଲୋମିଟରର ବ୍ୟାପ୍ତ ରହିଛି ଶିମିଳିପାଳ ଜୈବ ବିବିଧତା । ଏଥି ମଧ୍ୟରୁ ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି । ଏହାପରଠାରୁ ଶିମିଳିପାଳ ଉପରେ କୌଣସି ବ୍ୟକ୍ତିଙ୍କ କୌଣସି ଅଧିକାର ନାହିଁ । ଏହା ସଂପୂର୍ଣ୍ଣ ସରକାରଙ୍କର । ଯାହାକୁ ନେଇ ସାରାରାଜ୍ୟ ଓ ପରିବେଶବିତଙ୍କ ମହଲରେ ଆନନ୍ଦ ଖେଳିଯାଇଛି । 

ଆଗକୁ ଶିମିଳିପାଳକୁ ୟୁନେସ୍କୋ ହେରିଟେଜ୍ ସାଇଟ୍ ହିସାବରେ ସ୍ଥାନିତ କରିବା ପାଇଁ ପ୍ରୟାସ ଜାରିଥିବା କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe