କନକ ବ୍ୟୁରୋ: ସମୁଦ୍ର ଭିତରେ କଟକଣା ମାନୁନି ଆନ୍ଧ୍ରା ଟ୍ରଲର। ନଭେମ୍ବର ୧ଠାରୁ ମେ ମାସ ଶେଷ ପର୍ଯ୍ୟନ୍ତ ସମୁଦ୍ରକୂଳ ଠାରୁ ୫ କିଲୋମିଟର ଭିତରେ ମାଛ ମାରିବା ସଂପୂର୍ଣ୍ଣ ନିଷେଧ ବୋଲି କଟକଣା ଜାରି କରିଛି ବନ ବିଭାଗ। ହେଲେ କଟକଣାକୁ ମାନୁନାହିଁ ଆନ୍ଧ୍ରା ମାଛଧରା ଟ୍ରଲର। ସମୁଦ୍ର ବେଳାଭୂମିରେ ଠାରୁ ମାତ୍ର ୨କିଲୋମିଟର ଭିତରେ ପଶି ବଡ ବଡ ଆନ୍ଧ୍ର ଟ୍ରଲର ମାଛ ଧରୁଥିବାର ଖବର ସାମ୍ନାକୁ ଆସିଛି। ଯାହାଦ୍ଵାରା ଅଲିଭ ରିଡ଼ଲେ କଇଁଛଙ୍କ ଜୀବନ ବିପଦରେ। ଟ୍ରଲର ମାଡ଼ରେ ଏବେ ସମୁଦ୍ର ବେଳାଭୂମିରେରେ ଅଲିଭ ରିଡ଼ଲେ କଇଁଛଙ୍କ ମୃତଦେହ ଦେଖିବାକୁ ମିଳିଲାଣି। ବର୍ତମାନ ଗଭୀର ସମୁଦ୍ରରେ ଅଲିଭ ରିଡ଼ଲେ କଇଁଛଙ୍କ ପ୍ରଜନନ ଆରମ୍ଭ ହୋଇ ସାରିଛି। ଏହି ସମୟରେ ଯଦି ଅଲିଭ ରିଡଲେ କଇଁଛଙ୍କୁ ସମୁଦ୍ର ଭିତରେ ସୁରକ୍ଷା ନ ଦିଆଯିବ ତା ହେଲେ ଆଗକୁ ସେମାନଙ୍କ ଜୀବନ ପ୍ରତି ବିପଦ ମାଡ଼ି ଆସିବ। ସମୁଦ୍ର ଭିତରେ ବନ ବିଭାଗର ପେଟ୍ରୋଲିଂକୁ କଡାକଡି କରିବା ପାଇଁ ସାଧାରଣରେ ଦାବି ହୋଇଛି।