ରାଉରକେଲାରେ ପୋଷ୍ଟମର୍ଟମ ପାଇଁ ଲୋକେ ନାକେଦମ୍, ୩ କିଲୋମିଟର ଗଲେ ବ୍ୟବଛେଦ

ଲୋକଙ୍କ ସୁବିଧା ଦୃଷ୍ଟିକୋଣରୁ ପାନପୋଷରୁ ସରକାରୀ ଡାକ୍ତରଖାନା ପରିସରରେ ନୂତନ ପୋଷ୍ଟ ମର୍ଟମ୍ ଗୃହ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ସ୍ଥାନାନ୍ତର ପାଇଁ ଓଡିଶା ସରକାର ଓ ରାଉଲକେଲା ମହାନଗର ନିଗମ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ଘୋଷଣା ପରେ ନୂଆ ପୋଷ୍ଟ ମର୍ଟମ୍ ଗୃହର ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଥିଲା । ପ୍ରକଳ୍ପ ଏନଏସସିପିସିଏଲର ସିଏସଆର ପାଣ୍ଠି ବିନିଯୋଗରେ ନିର୍ମାଣ ହେଉଛି ।

48

କନକ ବ୍ୟୁରୋ : ରାଉରକେଲା ସରକାରୀ ହସପିଟାଲରେ କେବେ କାର୍ଯ୍ୟକ୍ଷମ  ହେବ ନୁଆ ପୋଷ୍ଟ ମର୍ଟମ୍ ଗୃହ ? ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କ ସଂପର୍କୀୟ ହେଉଛନ୍ତି ହଇରାଣ । ଠିକ ସମୟରେ ଆମ୍ବୁଲାନସ୍ ମିଳୁନି ଆଉ ଯଦି ବି ମିଳୁଛି ତେବେ ମନ ଇଚ୍ଛା ଭଡ଼ା ନେଉଛନ୍ତି । ସରକାରୀ ଡାକ୍ତରଖାନାରୁ ପୋଷ୍ଟ ମର୍ଟମ ଗୃହର ଦୂରତା ପ୍ରାୟ ୩ କିଲୋମିଟର ଥିବାରୁ ହଇରାଣ ହେଉଛନ୍ତି ମୃତକଙ୍କ ସଂପର୍କୀୟ ।

ଲୋକଙ୍କ ସୁବିଧା ଦୃଷ୍ଟିକୋଣରୁ ପାନପୋଷରୁ ସରକାରୀ ଡାକ୍ତରଖାନା ପରିସରରେ ନୂତନ ପୋଷ୍ଟ ମର୍ଟମ୍ ଗୃହ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ସ୍ଥାନାନ୍ତର ପାଇଁ ଓଡିଶା ସରକାର ଓ ରାଉଲକେଲା ମହାନଗର ନିଗମ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ଘୋଷଣା ପରେ ନୂଆ ପୋଷ୍ଟ ମର୍ଟମ୍ ଗୃହର ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଥିଲା । ପ୍ରକଳ୍ପ ଏନଏସସିପିସିଏଲର ସିଏସଆର ପାଣ୍ଠି ବିନିଯୋଗରେ ନିର୍ମାଣ ହେଉଛି । ଜୁଲାଇ ମାସରେ ନୂଆ ପୋଷ୍ଟମର୍ଟମ ଗୃହ କାର୍ଯ୍ୟକ୍ଷମ  ହେବା କଥା କିନ୍ତୁ ଏପର୍ଯ୍ୟନ୍ତ  ଗୃହ କାମ ସରିନି । ଏନେଇ ଉପରକୁ ଚିଠି ଲେଖା ଯାଇଛି ଖୁବ ଶୀଘ୍ର ନୁଆ ପୋଷ୍ଟ ମର୍ଟମ୍ ଗୃହ ଚାଲୁ ହେବ ବୋଲି କହିଛ ନ୍ତି ମେଡିକାଲ୍ କର୍ତ୍ତୃପକ୍ଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe