କନକ ବ୍ୟୁରୋ : ରାଉରକେଲା ସରକାରୀ ହସପିଟାଲରେ କେବେ କାର୍ଯ୍ୟକ୍ଷମ ହେବ ନୁଆ ପୋଷ୍ଟ ମର୍ଟମ୍ ଗୃହ ? ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କ ସଂପର୍କୀୟ ହେଉଛନ୍ତି ହଇରାଣ । ଠିକ ସମୟରେ ଆମ୍ବୁଲାନସ୍ ମିଳୁନି ଆଉ ଯଦି ବି ମିଳୁଛି ତେବେ ମନ ଇଚ୍ଛା ଭଡ଼ା ନେଉଛନ୍ତି । ସରକାରୀ ଡାକ୍ତରଖାନାରୁ ପୋଷ୍ଟ ମର୍ଟମ ଗୃହର ଦୂରତା ପ୍ରାୟ ୩ କିଲୋମିଟର ଥିବାରୁ ହଇରାଣ ହେଉଛନ୍ତି ମୃତକଙ୍କ ସଂପର୍କୀୟ ।
ଲୋକଙ୍କ ସୁବିଧା ଦୃଷ୍ଟିକୋଣରୁ ପାନପୋଷରୁ ସରକାରୀ ଡାକ୍ତରଖାନା ପରିସରରେ ନୂତନ ପୋଷ୍ଟ ମର୍ଟମ୍ ଗୃହ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ସ୍ଥାନାନ୍ତର ପାଇଁ ଓଡିଶା ସରକାର ଓ ରାଉଲକେଲା ମହାନଗର ନିଗମ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ଘୋଷଣା ପରେ ନୂଆ ପୋଷ୍ଟ ମର୍ଟମ୍ ଗୃହର ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଥିଲା । ପ୍ରକଳ୍ପ ଏନଏସସିପିସିଏଲର ସିଏସଆର ପାଣ୍ଠି ବିନିଯୋଗରେ ନିର୍ମାଣ ହେଉଛି । ଜୁଲାଇ ମାସରେ ନୂଆ ପୋଷ୍ଟମର୍ଟମ ଗୃହ କାର୍ଯ୍ୟକ୍ଷମ ହେବା କଥା କିନ୍ତୁ ଏପର୍ଯ୍ୟନ୍ତ ଗୃହ କାମ ସରିନି । ଏନେଇ ଉପରକୁ ଚିଠି ଲେଖା ଯାଇଛି ଖୁବ ଶୀଘ୍ର ନୁଆ ପୋଷ୍ଟ ମର୍ଟମ୍ ଗୃହ ଚାଲୁ ହେବ ବୋଲି କହିଛ ନ୍ତି ମେଡିକାଲ୍ କର୍ତ୍ତୃପକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/17/48-2025-08-17-19-04-56.jpg)