କନକ ବ୍ୟୁରୋ : ଗୁରୁବାର ରାତିରେ ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରିବାକୁ ଶତ ଚେଷ୍ଟା କରିଛି । ହେଲେ ଭାରତୀୟ ସେନା ପାକିସ୍ତାନର ଏହି ପ୍ରୟାଶ ଉପରେ କଡା ଜବାବ ଦେଇଛି । ସୂଚନା ମୁତାବକ ପାକିସ୍ତାନ ସେନା ଜମ୍ମୁ ବିମାନବନ୍ଦର, ରେଳ ଷ୍ଟେସନ ବ୍ୟତୀତ ପଠାନକୋଟ ଓ ରାଜସ୍ଥାନର ଜୈସଲମେର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନର ୩ଟି ଯୁଦ୍ଧ ବିମାନ ନଷ୍ଟ କରିଦେଇଛି । ଏହି ଯୁଦ୍ଧ ବିମାନ ଭିତରେ ରହିଛି । ଗୋଟିଏ ଏଫ-୧୬ ଓ ଦୁଇଟି ଜେଏଫ୍ ୧୭ ବିମାନ ସାମିଲ ରହିଛି ।
ଭାରତର ଏସ-୪୦୦ ଡିଫେନ୍ସ ସିଷ୍ଟମ ମାଧ୍ୟମରେ ୧୦୦ ମିସାଇଲ ସହ ୧୬ ଟି ଡ୍ରୋନ ଧ୍ୱଂସ କରିଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/08/eRSdbfTHkZsiPD578heN.jpg)