କନକ ବ୍ୟୁରୋ :  ରେମୁଣା ତହସିଲଦାରଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ। କୋଟିଏ ଟଙ୍କାର ପୋଷ୍ଟାଲ ଜମା ସହ ଅଢ଼େଇ କୋଟି ଟଙ୍କାର ଫ୍ଲାଟ ଠାବ କରିଛି ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ କାର୍ୟ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରର ତିନୋଟି ସ୍ଥାନ, ବାଲେଶ୍ବର କୁରୁଡା ଏବଂ ସୋର ମଧ୍ୟ ଚଢ଼ାଉ ହୋଇଛି। ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଛି। ବାବୁଙ୍କ ଠାରୁ ୯୧୭ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ। ଏହାସହ ୧ କୋଟି ଟଙ୍କାର ପୋଷ୍ଟାଲ ଡିପୋଜିଟ ଓ ୨୦ ଲକ୍ଷ ଟଙ୍କାର ନଗଦ କାରବାର ହୋଇଥିବା ନେଇ ଯାଞ୍ଚ କରାଯାଉଛି। ସେହିପରି ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ଜମା ଓ ପୁଞ୍ଜିନିବେଶ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ଭିଜିଲାନ୍ସ। ଅନ୍ୟପକ୍ଷରେ ଏକ ୪ଚକିଆ ଯାନ ସହ ଦୁଇଟି ଦୁଇ ଚକିଆ ଯାନ ଜବତ କରିଛି ଭିଜିଲାନ୍ସ। ଛଢ଼ାଉ ବେଳେ ଭୁବନେଶ୍ବର ରୁଦ୍ରପୁରରେ ଥିବା ଦେଢ଼ କୋଟି ଟଙ୍କାର ଥ୍ରୀ-ବିଏଚକେ ଫ୍ଲାଟ, ଶୈଳଶ୍ରୀ ବିହାରରେ ଥିବା ୧ କୋଟି ଟଙ୍କାର ଥ୍ରୀ-ବିଏଚକେ ଫ୍ଲାଟ ଏବଂ ବାଲେଶ୍ବର କୁରୁଡାରେ ଫ୍ଲାଠ ଠାବ ହୋଇଛି। ଭୁବନେଶ୍ବର ଓ ବାଲେଶ୍ବରରେ ଦୁଇଟି ପ୍ଲଟ ମଧ୍ୟ ଠାବ କରିଛି ଭିଜିଲାନ୍ସ।