କନକ ବ୍ୟୁରୋ : ପାଠ ନଦେଇପାରିବାରୁ କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ନିର୍ୟାତନା। ରାସ୍ତା ଉପରେ ସର୍ବ ସମ୍ମୁଖରେ ଛାତ୍ରମାନଙ୍କୁ ଉଠବସ କରିଲେ ଶିକ୍ଷକ । ସମ୍ବଲପୁର ରେଢାଖୋଲ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଶିକ୍ଷା ପ୍ରତି ଆକୃଷ୍ଟ ହେବା ପାଇଁ ସରକାର ଦଣ୍ଡମୁକ୍ତ ବିଦ୍ୟାଳୟ ନିୟମ କରିଛନ୍ତି । କିନ୍ତୁ କୋଚିଙ୍ଗ ସେଣ୍ଟରର ଏହି ନିୟମ ପାଳନ ହେଉନାହିଁ । ଟାକ୍ସ ନକରିବାରୁ ଛାତ୍ରମାନଙ୍କୁ ରେଢ଼ାଖୋଲ ମହିଳା ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ କାନ ଧରି ଆଣ୍ଠେଇ ଦେଇଥିବା ଦେଖିବାକୁ ମିଳିଛି । ଏସବିସେଭେନ୍ ଏକାଡେମୀ କୋଚିଙ୍ଗ ସେଣ୍ଟରରେ ଏଭଳି ଘଟଣା ଘଟିଛି । ଏମିତି ଦୃଶ୍ୟ ନୁଆଁ ନୁହେଁ ବହୁତ ବାର ବନ୍ଦ କୋଠରୀରେ ଚାଲିଥିବା ବେଳେ ଆଜି ରାସ୍ତାରେ ଘଟଣାଟି ଘଟିଛି । ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ କହିଛନ୍ତି ଏମିତି ହେବା କଥା ନୁହେଁ, ଯଦି ଏଭଳି କିଛି ହୋଇଛି ତେବେ ତଦନ୍ତ କରି କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ରେଢାଖୋଲରେ କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ନିର୍ଯାତନା । ରାସ୍ତା ଉପରେ ସର୍ବ ସମ୍ମୁଖରେ ଛାତ୍ରଙ୍କୁ ଉଠବସ୍
ଶିକ୍ଷା ପ୍ରତି ଆକୃଷ୍ଟ ହେବା ପାଇଁ ସରକାର ଦଣ୍ଡମୁକ୍ତ ବିଦ୍ୟାଳୟ ନିୟମ କରିଛନ୍ତି । କିନ୍ତୁ କୋଚିଙ୍ଗ ସେଣ୍ଟରର ଏହି ନିୟମ ପାଳନ ହେଉନାହିଁ । ଟାକ୍ସ ନକରିବାରୁ ଛାତ୍ରମାନଙ୍କୁ ରେଢ଼ାଖୋଲ ମହିଳା ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ କାନ ଧରି ଆଣ୍ଠେଇ ଦେଇଥିବା ଦେଖିବାକୁ ମିଳିଛି । ଏସବିସେଭେନ୍ ଏକାଡେମୀ କୋଚିଙ୍ଗ ସେଣ୍ଟରରେ ଏଭଳି ଘଟଣା ଘଟିଛି ।
/kanak/media/media_files/2025/04/25/Q6xzGp9FHYcTPqy4RSkh.jpg)