କନକ ବ୍ୟୁରୋ : ଅବହେଳିତ ହୋଇପଡିଛି ରାୟଗଡାର ଜେକେପୁରରେ ଥିବା ଇ.ଏସ୍.ଆଇ ହସ୍ପିଟାଲ । ରାତି ପାହିଲେ ଏଠାକୁ ୨ ଶହରୁ ୩ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ଡାକ୍ତର ପଦବୀ ସହ ଅନ୍ୟାନ୍ୟ ପଦବୀ ଖାଲି ପଡିଥିବାରୁ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରହିଛନ୍ତି । ବାହାରକୁ ଯାଇ ଅଧିକ ଖର୍ଚାନ୍ତ ହେଉଛନ୍ତି ରୋଗୀ ମାନେ । ସେହିଭଳି କର୍ମଚାରୀଙ୍କ ଦରମାରୁ ୧ ଓ ୧.୫ ପ୍ରତିଶତ ଅର୍ଥ ଚିକିତ୍ସା ବାବଦକୁ କଟୁଛି । ଏହି ହସ୍ପିଟାଲରେ ଆଖପାଖର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି । ହେଲେ ଚିକିତ୍ସା ନପାଇ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ନିରାଶ ହୋଇ ଫେରୁଛନ୍ତି ।
ଇଏସଆଇ ହସ୍ପିଟାଲ ପାଇଁ ପୋଷ୍ଟ ହଉଛି ୬୭ । ମେଡିକାଲରେ ଅଛନ୍ତି ମାତ୍ର ୩୬ ଜଣ । ସବୁଠାରୁ ବଡ କଥା ହେଲା ୧୪ ଡାକ୍ତର ଅବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୩ ଜଣ ଡାକ୍ତର । ୮ ଜଣ ଷ୍ଟାଫ୍ ନର୍ସ ବଦଳରେ ଅଛନ୍ତି ମାତ୍ର ଜଣେ । ୩୫ଟି ବେଡ୍ ଜାଗାରେ ପଡ଼ିଛି ମାତ୍ର ୩ଟି ବେଡ୍ । ସମସ୍ତ ସମସ୍ୟା ସ୍ବୀକାର କରିବା ସହ ଚିଠି ମାଧ୍ୟମରେ ସରକାରଙ୍କୁ ଅବଗତ କରାଯାଇଥିବା କହି ସରିଛି କାମ ।।
ସମସ୍ତ ଦିଗରୁ ଅର୍ଥ ଆସୁଛି । କିନ୍ତୁ ଏତେ ପରିମାଣର କର୍ମଚାରୀ ଅଭାବ ରହିଛି । ହେଲେ ବାରମ୍ବାର ଦାବି ପରେ ବି ସରକାର କାହିଁକି ନିଯୁକ୍ତି ପ୍ରଦାନ କରୁନାହାନ୍ତି ? ତାକୁ ନେଇ ଉଠିଛି ପ୍ରଶ୍ନ ।