କନକ ବ୍ୟୁରୋ : ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ରାୟଗଡା ଜିଲ୍ଲାରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଏହି କ୍ରମରେ ଗୁଣୁପୁର ଅବକାରୀ ବିଭାଗ ଓ ଆନ୍ଧ୍ର ଅବକାରୀ ବିଭାଗ ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଂଚଳରେ ଚଢାଉ କରି ବିପୁଳ ପରିମାଣର ମହୁଲ ପୋଚ ଓ ମହୁଲି ନଷ୍ଟ କରିଛନ୍ତି । ଗୁଣପୁର ବ୍ଲକ ଅନ୍ତର୍ଗତ ମଙ୍ଗଳଗୁଡା, କତାଗୁଡ଼ା ଓ କାଙ୍ଗମାନଗୁଡ଼ା ଅଂଚଳରେ ଚଢାଉ କରି ଦେଶୀ ମଦ ଭାଟି ଭାଙ୍ଗିବା ସହ ୨୩ ହଜାର ୪୦୦ ଲିଟର ମହୁଲ ପୋଚ ଓ ୮୦୦ ଲିଟର ମହୁଲି ନଷ୍ଟ କରାଯାଇଛି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଗୁଣପୁର ଅବକାରୀ ଥାନା ଅଧକାରୀ ସୂଚନା ଦେଇଛନ୍ତି ।
ରାୟଗଡ଼ାରେ ବଢୁଛି ବେଆଇନ ମଦ କାରବାର । ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଏହି କ୍ରମରେ ଗୁଣୁପୁର ଅବକାରୀ ବିଭାଗ ଓ ଆନ୍ଧ୍ର ଅବକାରୀ ବିଭାଗ ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଂଚଳରେ ଚଢାଉ କରି ବିପୁଳ ପରିମାଣର ମହୁଲ ପୋଚ ଓ ମହୁଲି ନଷ୍ଟ କରିଛନ୍ତି ।
/kanak/media/media_files/2025/05/13/w2OXYgde2sKdD4WwIIJW.jpg)