କନକ ବ୍ୟୁରୋ :  କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକ ରଟପଙ୍ଗ ଗାଁରେ ଅଘଟଣ । ଗାଈ ଆଣିବାକୁ ଯାଇଥିବା ବେଳେ ପାପୁଲି ନଦୀ କୁଳରୁ ଯୁବକଙ୍କୁ କୁମ୍ଭୀର ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ବୋଟ ଯୋଗେ ନଦୀରେ ଖୋଜାଖୋଜି ଜାରି ରହିଛି । ଯୁବକଙ୍କ ନାମ ହେଉଛି ଶଙ୍କର ସାମନ୍ତ । ତାଙ୍କ ବୟସ ୫୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଆଜି ଅପରାହ୍ନ ୨ଟାରୁ ୩ଟା ବେଳେ ଶିବ ଶଙ୍କର ଜଣେ ଗ୍ରାମବାସୀଙ୍କ ସହିତ ଗାଈ ଆଣିବାକୁ ଯାଇଥିଲେ । ଠିକ୍ ସେହି ସମୟରେ ନଦୀ କୂଳରୁ ଶିବ ଶଙ୍କରଙ୍କୁ  କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି । ଏହି ଦୃଶ୍ୟ ତାଙ୍କ ସାଙ୍ଗରେ ଥିବା ଗ୍ରାମବାସୀ ଜଣଙ୍କ ଦେଖିବା ପରେ ଗାଁରେ ଆସି ଖବର ଦେଇଥିଲେ । ଗ୍ରାମବାସୀ ମାନେ ଏବେ ନଦୀରେ ବୋଟ ସାହାଯ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି । 

Advertisment