କେନ୍ଦ୍ରାପଡା ରାଜନଗରରେ ଶିକ୍ଷାର ବିକଳ ଚିତ୍ର, ସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ବେସରକାରୀ ଶିକ୍ଷକ

୧୦ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ବେସରକାରୀ ଶିକ୍ଷକଙ୍କ ଭରସାରେ ଚାଲିଛି । ଆବଶ୍ୟକ ଶିକ୍ଷକ ନଥିବାରୁ ଗାଁ ଲୋକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ କରି ବେସରକାରୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ବିନା ସରକାରୀ ପରୀକ୍ଷାରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଛି । ଯାହା ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଇଦେଇଛି ।

þòZòþòþòþ

କନକ ବ୍ୟୁରୋ : ରାଜନଗର ବ୍ଲକରେ ୨୩୬ଟି ସରକାରୀ ବିଦ୍ୟାଳୟ ରହିଛି । ଯେଉଁଥିରେ ପାଖାପାଖି ୩୦ ହଜାର ୩୦୨ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେମାନଙ୍କୁ ପଢ଼ାଇବା ପାଇଁ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ୧୦ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ବେସରକାରୀ ଶିକ୍ଷକଙ୍କ ଭରସାରେ ଚାଲିଛି । ଆବଶ୍ୟକ ଶିକ୍ଷକ ନଥିବାରୁ ଗାଁ ଲୋକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ କରି ବେସରକାରୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ବିନା ସରକାରୀ ପରୀକ୍ଷାରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଛି । ଯାହା ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଇଦେଇଛି ।

ସରକାର ଶିକ୍ଷକ ନିଯୁକ୍ତି କରି ନପାରିବାରୁ ଗାଁ ଲୋକ ସେମାନଙ୍କ ପିଲାଙ୍କ ପାଇଁ ଟଙ୍କା ଆଦାୟ କରି ନିଜ ଖର୍ଚ୍ଚରେ ଶିକ୍ଷକ ନିଯୁକ୍ତି କରିଛନ୍ତି।  ଅନ୍ୟପଟେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ରାଜନଗର ବିଇଓ । ରାଜନଗର ବ୍ଲକରେ ବର୍ଷ ବର୍ଷ ଧରି ଏମିତି ଚାଲିଥିବା ବେଳେ ପ୍ରଶାସନର ନଜର ନପଡ଼ିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe