କନକ ବ୍ୟୁରୋ : ରାଜନଗର ବ୍ଲକରେ ୨୩୬ଟି ସରକାରୀ ବିଦ୍ୟାଳୟ ରହିଛି । ଯେଉଁଥିରେ ପାଖାପାଖି ୩୦ ହଜାର ୩୦୨ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେମାନଙ୍କୁ ପଢ଼ାଇବା ପାଇଁ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ୧୦ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ବେସରକାରୀ ଶିକ୍ଷକଙ୍କ ଭରସାରେ ଚାଲିଛି । ଆବଶ୍ୟକ ଶିକ୍ଷକ ନଥିବାରୁ ଗାଁ ଲୋକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ କରି ବେସରକାରୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ବିନା ସରକାରୀ ପରୀକ୍ଷାରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁଛି । ଯାହା ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଇଦେଇଛି ।
ସରକାର ଶିକ୍ଷକ ନିଯୁକ୍ତି କରି ନପାରିବାରୁ ଗାଁ ଲୋକ ସେମାନଙ୍କ ପିଲାଙ୍କ ପାଇଁ ଟଙ୍କା ଆଦାୟ କରି ନିଜ ଖର୍ଚ୍ଚରେ ଶିକ୍ଷକ ନିଯୁକ୍ତି କରିଛନ୍ତି। ଅନ୍ୟପଟେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ରାଜନଗର ବିଇଓ । ରାଜନଗର ବ୍ଲକରେ ବର୍ଷ ବର୍ଷ ଧରି ଏମିତି ଚାଲିଥିବା ବେଳେ ପ୍ରଶାସନର ନଜର ନପଡ଼ିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/29/HwZRma3tfj1L4IxdWWwd.jpg)