କନକ ବ୍ୟୁରୋ : ଗ୍ରାମସଭାକୁ ଗ୍ରାମବାସୀଙ୍କ ବିରୋଧ । ନାଲକୋର ସେରୁବନ୍ଧ ଖଣି ଖନନ ନିଷ୍ପତିକୁ ଗ୍ରାମବାସୀଙ୍କ ଜୋରଦାର ବିରୋଧ। ହାତରେ ପାରମ୍ପରିକ ମାରଣାସ୍ତ୍ର ଧରି ଏକାଠି ହୋଇଥିଲେ ୧୧ ଖଣ୍ଡ ଗାଁର ଗ୍ରାମବାସୀ । ପଟ୍ଟାଙ୍ଗିରେ ନାଲକୋ ଗ୍ରାମସଭାକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିବାରୁ ଅଧାରୁ ଫେରି ଯାଇଛନ୍ତି ଅଧିକାରୀ । ପଟାଙ୍ଗୀ ବ୍ଲକ ନୂଆଗାଁ ଗ୍ରାମପଞ୍ଚାୟତରେ ହୋଇଥିନ୍ତା ଗ୍ରାମସଭା। ନୂଆଗାଁରୁ ପାଇପ ଲାଇନ ଯୋଗେ ସେରୁବନ୍ଧ ପାହାଡକୁ ପାଣି ନେବା ପାଇଁ ହୋଇଥାନ୍ତା ଗ୍ରାମସଭା । ହେଲେ ପାଣି ଦେବାକୁ ରାଜି ନାହାନ୍ତି ସ୍ଥାନୀୟ ବାସିନ୍ଦା। ତେଣୁ ସେମାନେ ପଞ୍ଚାୟତ ଅଫିସରେ ତାଲା ପକାଇବା ସହିତ ଏକାଠି ରଣହୁଙ୍କାର ଦେଇଛନ୍ତି । ମରିବୁ ପଛେ ମୁଠାଏ ମାଟି ଛାଡ଼ିବୁ ନାହିଁ ବୋଲି ନାରା ଦେବା ସହ ପେଶା ଆଇନ୍ ଲାଗୁ କରିବା ପାଇଁ ଦାବି କରିଛନ୍ତି ।