କନକ ବ୍ୟୁରୋ : ପାକିସ୍ତାନରେ ଅସ୍ଥିରତା । ଆତଙ୍କବାଦ, ବୋମା ବିସ୍ଫୋରଣ, ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣ ଏବଂ ବୃଦ୍ଧି ପାଉଥିବା ଦାରିଦ୍ର୍ୟତା ସମଗ୍ର ଦେଶକୁ ସଙ୍କଟରେ ପକାଇଛି । ଅନ୍ୟପଟେ ବଲୁଚିସ୍ତାନ ଲିବରେସନ ଆର୍ମିର ବର୍ଦ୍ଧିତ ଆକ୍ରମଣ ସରକାର ଏବଂ ସେନା ଉଭୟଙ୍କ ନିଦ ହଜାଇ ଦେଇଛି । ତେବେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ପାଇଁ ସୁରକ୍ଷା ଚ୍ୟାଲେଞ୍ଜ ରହିଛି । କିନ୍ତୁ ଏବେ ଏହି ପ୍ରସଙ୍ଗ କେବଳ ଆତଙ୍କବାଦ ପର୍ଯ୍ୟନ୍ତ ସୀମିତ ନାହିଁ। ପାକିସ୍ତାନରେ ଏକ ବିଦ୍ରୋହର ଗୁଞ୍ଜରଣ ଆରମ୍ଭ ହେଲାଣି । କାରଣ ସରିଫ ସରକାରଙ୍କୁ ଆର୍ମି ମୁଖ୍ୟ ମୁନିର ଦୁର୍ବଳ କହିବା ପରେ ସଙ୍କେତ ମିଳିଛି କି ପାକିସ୍ତାନ ସରକାର ଓ ସେନା ମଧ୍ୟ କିଛି ଠିକ ନାହିଁ । ଦେଶର ସୁରକ୍ଷାକୁ ନେଈ ନିକଟରେ ଏକ ବୈଠକରେ ସରିଫ ଓ ମୁନୀର ମୁହାଁମୁହିଁ ସହ ସେମାନଙ୍କ ମଧ୍ୟରେ କଥାକଟାକଟି ହୋଇଥିବା ସୂଚନା ମିଳିଛି ।
ପାକିସ୍ତାନରେ କ୍ଷମତା ପାଇଁ ଲଢ଼େଇ
-ପାକିସ୍ତାନର ସୁରକ୍ଷା ପ୍ରସଙ୍ଗରେ ବସିଥିଲା ବୈଠକ
-ବୈଠକରେ ସରକାର ଓ ସେନା ମଧ୍ୟରେ କଥା କଟାକଟି ସୂଚନା
-ସେହେବାଜ ସରିଫଙ୍କୁ ଦାୟୀ କରିଥିଲେ ଆର୍ମି ମୁଖ୍ୟ ମୁନିର
-ଦୁର୍ବଳ ଶାସନ ଯୋଗୁ ପାକିସ୍ତାନ ସଙ୍କଟରେ ପଡ଼ିଥିବା ଅଭିଯୋଗ
-କେତେ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଚାଲିବ ବୋଲି ଆର୍ମି ମୁଖ୍ୟ ପ୍ରଶ୍ନ କରିଥିଲେ
-ପାକିସ୍ତାନକୁ ଏକ 'ମଜଭୂତ ରାଷ୍ଟ୍ର' କରିବା ଆବଶ୍ୟକ
-ଏଥିପାଇଁ କଠୋର ପ୍ରଶାସନ ଆବଶ୍ୟକ
- ସରିଫଙ୍କୁ ଦୁର୍ବଳ ପ୍ରଧାନମନ୍ତ୍ରୀ ପ୍ରମାଣିତ କରିବାକୁ ମୁନୀର ଚେଷ୍ଟା କରୁଥିବା ଚର୍ଚ୍ଚା
-ମୁନିର ସରକାରଙ୍କ ବିଫଳତାକୁ ଦର୍ଶାଇ ସାମରିକ ହସ୍ତକ୍ଷେପ ଚାହୁଛନ୍ତି
-ବିଏଲଏ ଦ୍ୱାରା ବଢ଼ିଥିବା ଆକ୍ରମଣ ବାହାନାରେ, ସେନା ସରକାରଙ୍କୁ ଦୋଷ ଦେବା ଆରମ୍ଭ କରିଛି
-ପାକିସ୍ତାନରେ ସାମରିକ ଶକ୍ତିର ଦବଦବା ରହିଛି
-ଆଭ୍ୟନ୍ତରୀଣ ସୁରକ୍ଷା ସଙ୍କଟରେ ପାକିସ୍ତାଦ, ତେଣୁ ସେନା ପୁଣିଥରେ ପ୍ରାଧାନ୍ୟ ବଢ଼ାଇବାକୁ ଚାହୁଛି
-ପାକିସ୍ତାନ ସେନା ବିରୋଧରେ ସରକାର ଗଲେ ଦୁର୍ବଳ ହେବା ନଜିର ରହିଛି
-ଏହି ଧାରା ୭୫ ବର୍ଷ ଧରି ଚାଲିଆସୁଛି
- ସରିଫ ସାମରିକ ବିଦ୍ରୋହର ସମ୍ମୁଖୀନ ହେବା ଆଶଙ୍କା ବଢୁଛି
-୧୯୯୯ରେ ପରଭେଜ ମୁଶାରଫ ନୱାଜ ସରିଫଙ୍କ ବିରୋଧରେ ଏଭଳି ଆଚରଣ କରୁଥିଲେ