ପାକିସ୍ତାନରେ ଭୟଙ୍କର ବନ୍ୟା ; ୩ ଶହରୁ ଅଧିକ ମୃତ, ଶହ ଶହ ବାସହରା

ପାକିସ୍ତାନରେ ବନ୍ୟା ବିଭୀଷିକା । ୩ଶହରୁ ଅଧିକ ମୃତ, ହଜାର ହଜାର ପ୍ରଭାବିତ । ଖାଇବର ପଖତୁନୱା ସବଠୁ ଅଧିକ ପ୍ରଭାବିତ  । ଉଦ୍ଧାରକାର୍ଯ୍ୟ ଜାରି । ଲଗାଣ ବର୍ଷା ଯୋଗୁଁ ଆହୁରି ବିଗିଡ଼ିପାରେ ସ୍ଥିତି ।

5

କନକ ବ୍ୟୁରୋ: ପାକିସ୍ତାନରେ ବନ୍ୟାର ବୀଭିଷିକା । ଏଥିରେ ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଲଗାତର ମୂଷଳ ଧାରାର ବର୍ଷା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତର ପୂର୍ବ ପାକିସ୍ତାନ ବିଶେଷକରି ଖାଇବର ପଖତୁନୱା ବେଶି ପ୍ରଭାବିତ ହୋଇଛି । ସ୍ବାତ୍, ବର୍ଣ୍ଣର, ସାଙ୍ଗଲା, ମାନସେହରା, ବାଟାଗ୍ରାମ ପରି ଜିଲ୍ଲାରେ ବନ୍ୟାର ପ୍ରକୋପ ମାରାତ୍ମକ ରହିଛି । ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି । ସେଠାକାର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିବା ଅନୁସାରେ ଅନେକ ଘର ମଧ୍ୟ ବନ୍ୟା ଯୋଗୁଁ ନଷ୍ଟ ହୋଇଛି। ୩ଟି ସ୍କୁଲ ମଧ୍ୟ ନଷ୍ଟ ହୋଇଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ୩ ଶହ ସ୍କୁଲ ପିଲା ସମେତ ପ୍ରାୟ ୨ ହଜାର ଲୋକଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ ।  

ଉଦ୍ଧାର କରିବାକୁ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏଥିରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି । ଏସବୁ ଭିତରେ ଖାଇବର ପଖତୁନୱାରେ ଅଗଷ୍ଟ ୨୧ ଯାଏଁ ବର୍ଷା ଲାଗିରହିବ ବୋଲି ସେଠାକାର ପାଣିପାଗ ସଂସ୍ଥା ଚେତାଇ ଦେଇଛି  । ଫଳରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe