କନକ ବ୍ୟୁରୋ : ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ବ୍ୟାସକବି ଫକିର ମୋହନଙ୍କ ବାସଗୃହ। ଓଡ଼ିଆ ଭାଷା ସାହିତ୍ୟକୁ ଯିଏ ନିଜ ଲେଖନୀ ମୁନରେ ଜୀବନ୍ତ ରଖିଥିଲେ, ସେ ଆଜି ଅବହେଳିତ। ଏହାର ପୁନରୁଦ୍ଧାର ପାଇଁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଭୂତକୋଠିରେ ପରିଣତ ହୋଇଛି ଢେଙ୍କାନାଳ ସ୍ଥିତ ବ୍ୟାସକବି ସ୍ମୃତି ସଦନ ଓ ଜିଲ୍ଲା ପାଠାଗାର।

Advertisment

ଓଡ଼ିଆ ମାଟିରେ ଓଡ଼ିଆ ଭାଷାର ପୁରଧାଙ୍କୁ ମିଳୁନି ସମ୍ମାନ । ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ିଛି ବ୍ୟାସକବି ଫକିର ମୋହନ ସେନାପତିଙ୍କ ସ୍ମୃତି ପାଠାଗାର । ଯେଉଁଠି ବସି ଦିନେ ସମାଜ ପରିବର୍ତ୍ତନ ଦିଗରେ ଗଳ୍ପ ଲେଖୁଥିଲେ ଆଜି ସେହି ସ୍ଥାନ ନିଜର ପରିଚୟ ଖୋଜୁଛି । ଜିଲ୍ଲା ପର୍ୟ୍ୟଟନ କାର୍ୟ୍ୟାଳୟକୁ ଲାଗି ରହିଛି ବ୍ୟାସ କବିଙ୍କ ସ୍ମୃତି ସଦନ । କିନ୍ତୁ ଏହା ଉପରେ ପଡ଼ି ପାରିନି ପ୍ରଶାସନର ନଜର । ଘର ଚାରିପଟେ ଅନାବନା ଗଛ ଉଠି ଯାଇଥିବା ବେଳେ ଭଙ୍ଗା ଆଜବେଷ୍ଟ ଘରେ ଖତ ଖାଇବାକୁ ବସିଛି ବ୍ୟାସ କବିଙ୍କ ରଚିତ ପୁସ୍ତକ । ତେଣୁ ତୁରନ୍ତ ଏହି ସ୍ଥାନର ତୁରନ୍ତ ପୁନରୁଦ୍ଧାର ପାଇଁ ଦାବି ଜୋର ଧରିଛି । 

ବ୍ୟାସକବି ଫକରୀ ମୋହନ ସେନାପତି। ଓଡ଼ିଆ ସାହିତ୍ୟର କଥା ସମ୍ରାଟ୍‌ । ଓଡ଼ିଶା ଭାଷାକୁ ଅନେକ ଭେଟି ଦେଇଥିବା ଏହି ପୁରଧାଙ୍କ ସ୍ମୃତି ସଦନ ଏବେ ପାଲଟିଛି ଭୂତକୋଠି । ରକ୍ଷଣାବେକ୍ଷଣ ଅଭାବରୁ ନିଜର ପରିଚୟ ହଜାଇଛି ଜିଲ୍ଲା ପାଠାଗାର। କେବଳ ଫକିର ମୋହନଙ୍କ ବ୍ୟବହୃତ ୨ଟି ଶିଶୁ କାଠର ଟେବୁଲ ତାଙ୍କ ସ୍ମୁତିକୁ ଜୀବିତ ରଖିଛି। ତେଣୁ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଢେଙ୍କାନାଳ ଲେଖକ ସଂସଦ ସମ୍ପାଦକ ହୃଦାନନ୍ଦ ଦ୍ବିବେଦୀ ।