କନକ ବ୍ୟୁରୋ : ଅକ୍ଟୋବର ମାସରେ ଗାଁକୁ ଯିବାକୁ ସବୁ ରାଜନୈତିକ ଦଳ ଯୋଜନା କରିଛନ୍ତି । ବିରୋଧୀ ସରକାରଙ୍କ ଅବହେଳାକୁ ନେଇ ଲୋକଙ୍କ ପାଖକୁ ଯିବ । ଶାସକ ଦଳ ଡବଲ ଇଂଜିନ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଇବେ ।
ପୁଣି ଗାଁ ରାଜନୀତି ହେବ ସରଗରମ । ଅକ୍ଟୋବର ମାସ ହେବ ଲଢେଇର ମାସ । ତିନି ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଗାଁକୁ ଓହ୍ଲାଇବେ । ଗାନ୍ଧୀ ଜୟନ୍ତୀରୁ ପ୍ରଥମ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିବ କଂଗ୍ରେସ । କାଲିଠାରୁ ମାଲକାନଗିରିରୁ ପଦଯାତ୍ରା କରିବ କଂଗ୍ରେସ । ପ୍ରସଙ୍ଗ ରହିବ -ଓଡିଶା ସୀମାକୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଛନ୍ତି । ସରକାରଙ୍କ ବିଫଳତାଙ୍କୁ ଲୋକଙ୍କ ପାଖରେ ପହଂଚାଇବ କଂଗ୍ରେସ ।
ଆସନ୍ତା ୯ରୁ ମଇଦାନକୁ ଓହ୍ଲାଇବ ବିଜେଡି । ନାରୀ ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ଓ ପଂଚାୟତ ପ୍ରତିନିଧିଙ୍କ କ୍ଷମତା ହସ୍ତାନ୍ତର ପ୍ରସଙ୍ଗକୁ ନେଇ ଗାଁରେ ଲୋକଙ୍କୁ ପଦଯାତ୍ରା ମାଧ୍ୟମରେ ବୁଝାଇବ । ନଭେମ୍ୱର ୯ ପର୍ଯ୍ୟନ୍ତ ପଦଯାତ୍ରା କର ଡବଲ ଇଂଜିନ ସରକାର ବିରୋଧରେ ଗର୍ଜିବ
ମୋଦୀ ସରକାରଙ୍କ ସଫଳତା ଓ ଜିଏସଟି ୨.୦ କୁ ନେଇ ପ୍ରତି ଗାଁରେ ଲୋକଙ୍କୁ ବୁଝାଉଛନ୍ତି ବିଜେପି ନେତା । ଏଥିପାଇଁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ପ୍ରେସମିଟ ମାଧ୍ୟମରେ ଜିଏସଟି ସରଳୀକରଣ, ତାର ଲାଭ କଣ ଲୋକଙ୍କୁ ଅବଗତ କରାଯାଉଛି । ଡବଲ ଇଂଜିନ ସରକାରଙ୍କ ସଫଳତା ମଧ୍ୟ ବଖାଣୁଛନ୍ତି ।
ସାଧରଣ ନର୍ବାଚନର ୧୫ ମାସ ପରେ ଗାଁ ମୁହାଁ ହେଉଛନ୍ତି ନେତା । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏବେଠୁ ଗ୍ରାଉଣ୍ଡକୁ ଓହ୍ଲାଇ ମଇଦାନକୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ।