ନୂଆପଡ଼ାରେ ବାଇକକୁ ପିଟିଲା ଟ୍ରକ୍ ୨ ଜଣ ମୃତ, ବୌଦ୍ଧରେ ବୋଲେରୋକୁ ପିଟିଲା ଟ୍ରକ୍, ଜଣେ ମୃତ

ଶ୍ୱଶୁର ଘରେ ଥିବା ସ୍ତ୍ରୀ ଓ ନବଜାତ ପୁଅକୁ ଦେଖିବାକୁ ଯାଉଥିବା ବେଳେ ଦଲଦଲି ଛକ ନିକଟରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେପଟେ  ବୌଦ୍ଧ ଖଜୁରିପଡ଼ା ନିକଟରେ ବୋଲେର ଟ୍ରକ ମୁହାଁମୁହିଁ ଧକ୍କା । ବୋଲେରୋରେ ଯାଉଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
accident12

କନକ ବ୍ୟୁରୋ : ପହିଲି ରଜରେ ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ନୂଆପଡ଼ା ଜିଲ୍ଲା ଦଲଦଲି ଛକରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଶ୍ୱଶୁର ଘରେ ଥିବା ସ୍ତ୍ରୀ ଓ ନବଜାତ ପୁଅକୁ ଦେଖିବାକୁ ଯାଉଥିବା ବେଳେ ଦଲଦଲି ଛକ ନିକଟରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେପଟେ  ବୌଦ୍ଧ ଖଜୁରିପଡ଼ା ନିକଟରେ ବୋଲେର ଟ୍ରକ ମୁହାଁମୁହିଁ ଧକ୍କା । ବୋଲେରୋରେ ଯାଉଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ୩ ଜଣ ଗୁରୁତର ଅଛନ୍ତି  । ମୃତକ ହେଲେ ବରଗଡ଼ ଜିଲ୍ଲା ସରଣ୍ଡା ଗାଁର ଟୁନା ପ୍ରଧାନ । ଜଗନ୍ନାଥଙ୍କ ଦର୍ଶନ ସାରି ପୁରୀରୁ ଫେରିଥିବା ବେଳେ ଘଟିଥିଲା ଦୁର୍ଘଟଣା । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe