କନକ ବ୍ୟୁରୋ : ପହିଲି ରଜରେ ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ନୂଆପଡ଼ା ଜିଲ୍ଲା ଦଲଦଲି ଛକରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଶ୍ୱଶୁର ଘରେ ଥିବା ସ୍ତ୍ରୀ ଓ ନବଜାତ ପୁଅକୁ ଦେଖିବାକୁ ଯାଉଥିବା ବେଳେ ଦଲଦଲି ଛକ ନିକଟରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ବୌଦ୍ଧ ଖଜୁରିପଡ଼ା ନିକଟରେ ବୋଲେର ଟ୍ରକ ମୁହାଁମୁହିଁ ଧକ୍କା । ବୋଲେରୋରେ ଯାଉଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ୩ ଜଣ ଗୁରୁତର ଅଛନ୍ତି । ମୃତକ ହେଲେ ବରଗଡ଼ ଜିଲ୍ଲା ସରଣ୍ଡା ଗାଁର ଟୁନା ପ୍ରଧାନ । ଜଗନ୍ନାଥଙ୍କ ଦର୍ଶନ ସାରି ପୁରୀରୁ ଫେରିଥିବା ବେଳେ ଘଟିଥିଲା ଦୁର୍ଘଟଣା । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ନୂଆପଡ଼ାରେ ବାଇକକୁ ପିଟିଲା ଟ୍ରକ୍ ୨ ଜଣ ମୃତ, ବୌଦ୍ଧରେ ବୋଲେରୋକୁ ପିଟିଲା ଟ୍ରକ୍, ଜଣେ ମୃତ
ଶ୍ୱଶୁର ଘରେ ଥିବା ସ୍ତ୍ରୀ ଓ ନବଜାତ ପୁଅକୁ ଦେଖିବାକୁ ଯାଉଥିବା ବେଳେ ଦଲଦଲି ଛକ ନିକଟରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ବୌଦ୍ଧ ଖଜୁରିପଡ଼ା ନିକଟରେ ବୋଲେର ଟ୍ରକ ମୁହାଁମୁହିଁ ଧକ୍କା । ବୋଲେରୋରେ ଯାଉଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି ।
/kanak/media/media_files/2025/06/14/1KtrrUip0T9JgfxajotP.jpg)