ନୂଆପଡ଼ା ବାଜି ଜିତିବାକୁ ସ୍ୱତନ୍ତ୍ର ରଣନୀତି କରି ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳ, କର୍ମୀଙ୍କୁ ଏକଜୁଟ କରୁଛି ବିଜେପି, ଗାଁ ଗାଁ ବୁଲୁଛନ୍ତି କଂଗ୍ରେସ ପ୍ରାର୍ଥୀ, ରାତି ପାହିଲେ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ

ନୂଆ ରଣନୀତି ସହ ଆଗକୁ ବଢ଼ୁଛନ୍ତି ବିଜେପି ଓ କଂଗ୍ରେସ ପ୍ରାଥୀ । ଜୟ ଢ଼ୋଲକିଆ ସବୁ ବିଜେପି କର୍ମୀଙ୍କୁ ଏକଜୁଟ୍ କରିବା ସହ ୧୫ମାସରେ ମୋହନ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଁଚାଇବାକୁ ଉଦ୍ୟମ କରୁଛନ୍ତି ।  ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଲେ ନୂଆପଡ଼ାର କେମିତି ବିକାଶ ହେବ ସେକଥା ବୁଝାଉଛନ୍ତି । ଅନ୍ୟପଟେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚିବାକୁ କଂଗ୍ରେସ ବଡ ବଡ ସମାବେଶ ନକରି, ଛୋଟ ଛୋଟ ବୈଠକ କରୁଛି ।

7PM9

କନକ ବ୍ୟୁରୋ : ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡ଼ା । ତିନି ପ୍ରମୁଖ ଦଳର ପ୍ରାର୍ଥୀ ଜାରି ରଖିଛନ୍ତି ପ୍ରଚାର । ବିଜେଡି ପ୍ରାର୍ଥୀ ଗତକାଲି ନୂଆପଡାରେ ପହଁଚିବା ପରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଶାଳ ଶୋଭାଯାତ୍ରା କରି ପତିଆରା ଦେଖାଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ଆସନ୍ତାକାଲି ନାମାଙ୍କନ କରିବେ ବୋଲି ଜଣାପଡିଛି । 

ନୂଆ ରଣନୀତି ସହ ଆଗକୁ ବଢ଼ୁଛନ୍ତି ବିଜେପି ଓ କଂଗ୍ରେସ ପ୍ରାଥୀ । ଜୟ ଢ଼ୋଲକିଆ ସବୁ ବିଜେପି କର୍ମୀଙ୍କୁ ଏକଜୁଟ୍ କରିବା ସହ ୧୫ମାସରେ ମୋହନ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଁଚାଇବାକୁ ଉଦ୍ୟମ କରୁଛନ୍ତି ।  ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଲେ ନୂଆପଡ଼ାର କେମିତି ବିକାଶ ହେବ ସେକଥା ବୁଝାଉଛନ୍ତି । ଅନ୍ୟପଟେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚିବାକୁ କଂଗ୍ରେସ ବଡ ବଡ ସମାବେଶ ନକରି, ଛୋଟ ଛୋଟ ବୈଠକ କରୁଛି । ପ୍ରଥମେ ଆଦିବାସୀଙ୍କ ସହ ବୈଠକ କରିବା ପରେ ଆଜି କୃଷକଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଓ ନେତା ।  ବିପର୍ଯ୍ୟସ୍ତ  ଆଇଶୃଂଖଳା, ଧାନ ମଣ୍ଡି ଭଳି ପ୍ରସଙ୍ଗ କରି ଭୋଟ ମାଗୁଛନ୍ତି ।

ମହାମେଣ୍ଟରେ ଛିଣ୍ଡୁନି ଆସନ ଅଡୁଆ

 ବଶାଳ ପଟୁଆରରେ ଯାଇ ଗତକାଲି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe