କନକବ୍ୟୁରୋ : ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ହୋର୍ଡିଂକୁ ଗୋବର ମାଡ ଘଟଣା । କ୍ଷୀରରେ ଗୋବରକୁ ପୋଛିଲେ ବିଜେପି ନେତା। ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକର ଦଣ୍ଡାମୁଣ୍ଡା ଛକରେ ଲାଗିଥିବା ହୋର୍ଡିଂରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ଉପରେ ଗୋବର ମରାଯାଇଥିଲା । ହେଲେ ଫଟୋରେ ଲାଗିଥିବା ଗୋବରକୁ କ୍ଷୀରରେ ପୋଛାଯାଇଥିବା ଦେଖିବାକୁ ମିଳିଛି ।
ବିଜେଡି ଜିଲ୍ଲା ସଭାପତିଙ୍କ ଗାଁ ଛକରେ ପୂର୍ତ୍ତ ବିଭାଗ ପକ୍ଷରୁ ଲାଗିଥିବା ପୋଷ୍ଟରରେ ଗୋବର ମାଡକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଉମରକୋଟ-ଚନ୍ଦାହାଣ୍ଡି -ମାଲଗାଁ ରାସ୍ତାର ଉନ୍ନତିକରଣ ନେଇ ଲାଗିଥିଲା ଏହି ହୋର୍ଡିଂ ।
ଯେଉଁଠି ଫଟୋ ଉପରକୁ ଗୋବର ମାଡ କରାଯାଇଥିବା ବେଳେ ବିଜେପି କର୍ମୀ ଲାଗିଥିବା ଗୋବରକୁ ପାଣି ରେ ସଫା କରିବା ପରେ କ୍ଷୀରରେ ଧୋଇଥିବା ଦେଖିବାକୁ ମିଳିଥିଲା । ତେବେ ଦଣ୍ଡାମୁଣ୍ଡା ଛକ ରେ ହୋଡିଂ ଉପରେ କିଏ ଏବଂ କେଉଁ ଉଦ୍ଦେଶ୍ୟ ରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଫୋଟୋ ଉପରେ ଗୋବର ମାଡ କରିଛି ତାହା ଏବେ ବି ଅସ୍ପଷ୍ଟ ରହିଛି ।