କନକ ବ୍ୟୁରୋ : ପହଲଗାମ ଆକ୍ରମଣର ତଦନ୍ତ ଭାର ହାତକୁ ନେଇଛି  ଆତଙ୍କବାଦ ବିରୋଧରେ ଦେଶର ସବୁଠାରୁ ଭରସାଯୋଗ୍ୟ ତଦନ୍ତକାରୀ ସଂସ୍ଥା ଏନଆଇଏ  । ଗୋଟିଏପଟେ ପ୍ରଧାନମନ୍ତ୍ରୀ ତାଙ୍କ ମାସିକିଆ ରେଡିଓ କାର୍ଯ୍ୟକ୍ରମ  ମନ୍‌ କୀ ବାତରେ କହିଛନ୍ତି, ଆତଙ୍କବାଦୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବ ।  ପୀଡ଼ିତଙ୍କ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ । ଅନ୍ୟପଟେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପାଇ, ଜୋରଦାର ତନାଘନା ଆରମ୍ଭ କରିଛି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ।  ପହଲଗାମ ଆକ୍ରମଣରେ ୪ ଜଣ ଆତଙ୍କବାତୀଙ୍କ ହାତ ଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ଓ ଜଣେ ସ୍ଥାନୀୟ ଆତଙ୍କବାଦୀ । ପହଲଗାମ୍‌ରେ ପହଞ୍ଚିବାକୁ ଆତଙ୍କୀ ୨୨ ଘଣ୍ଟା ଧରି ଟ୍ରେକିଂ କରିଥିଲେ । କୋକେରନାଗରୁ ପାହାଡ଼ିଆ ରାସ୍ତାଦେଇ ବେସରନ୍‌ ଘାଟିରେ ପହଞ୍ଚିଥିଲେ। ଫୋରେନସିକ ତଥ୍ୟରୁ ଜଣାପଡ଼ିଛି ଯେ, ଏକେ -୪୭ ଓ ଏମ୍-୪ ରାଇଫଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ । ହେଲେ ଏକତା ହିଁ ଭାରତର ଶକ୍ତି ଓ ଖୁବଶୀଘ୍ର ଆତଙ୍କୀଙ୍କୁ ଆକ୍ରମଣର ପରିଣାମ ଭୋଗିବାକୁ ପଡ଼ିବ ବୋଲି ମୋଦୀ ଚେତାଇ ଦେଇଛନ୍ତି।

Advertisment

ପହଲଗାମର ପ୍ରତିଶୋଧ ନେବାକୁ ସଇତାନ ପାକିସ୍ତାନ ବିରୋଧରେ କୁଟନୈତିକ ଲଢ଼େଇ ଆରମ୍ଭ କରିସାରିଛି ଭାରତ। ପାକିସ୍ତାନ ନେତା, ମନ୍ତ୍ରୀଙ୍କ ଯୁଦ୍ଧ ପାଇଁ ବୟାନବାଜି ଭିତରେ ପାଦେ ଆଗେଇଛି ଭାରତୀୟ ନୌସେନା। ଆରବ ସାଗରରେ ମିଜାଇଲ ବିଧ୍ୱଂସକ ଆଇଏନଏସ  ସୁରତରୁ ମିଡିୟମ ଓ ଲଙ୍ଗରେଞ୍ଜ ମିଜାଇଲର ପରୀକ୍ଷଣ କରାଯାଇଛି । ସମୁଦ୍ରରେ ନିଜର ଶକ୍ତି ପ୍ରଦର୍ଶନ କରି ଶତ୍ରୁକୁ ଚେତାଇ ଦେଇଛି ଭାରତୀୟ ନୌସେନା। ଯଦି ଯୁଦ୍ଧ ଭଳି ପରିସ୍ଥିତି ହୁଏ ତେବେ ନିମିଶକ ମଧ୍ୟରେ ଭାରତର ମିଜାଇଲ ପାକିସ୍ତାନରେ ଧ୍ବଂସ ଲୀଳା ରଚିବାକୁ ପ୍ରସ୍ତୁତ ରହିଛି । 

ଘାଟିରେ ଥିବା ଆତଙ୍କବାଦୀ ଓ ସହଯୋଗୀଙ୍କ ଘରକୁ ଗୋଟି ଗୋଟି କରି ଧ୍ବଂସ କରୁଛି ସେନା। ଗୋଟଏ ବଟନ୍‌ରେ ଉଡ଼ି ଯାଉଛି ଆତଙ୍କୀଙ୍କ ଘର । ଆଜି ଆଉ ୩ଜଣ ଆତଙ୍କବାଦୀର ଘରକୁ ଭାଙ୍ଗିଛି ଭାରତୀୟ ସେନା। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଗତ ୫ ଦିନରେ ୧୦ଜଣ ଆତଙ୍କବାଦୀଙ୍କ ଘରକୁ ଧ୍ବଂସ କରାଗଲାଣି । ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଟାର୍ଗେଟ କରୁଛି ସେନା । ଗତକାଲି ୧୮୭ ଜଣଙ୍କୁ ପଚରାଉଚରା କରାଯାଇଥିବା ବେଳେ ଆଜି ଆଉ ୧୭୫ ଜଣଙ୍କୁ ପଚରଚରା କରିଛି ସୁରକ୍ଷା ବାହିନୀ । ଘର ଘର ବୁଲି ସର୍ଚ୍ଚ ଅପରେସନ ଜାରି ରହିଛି। ଜାମ୍ମୁ-କାଶ୍ମୀର ପୋଲିସ ହାତରୁ ତଦନ୍ତଭାର ହାତକୁ ନେଇ ଏନଆଇଏ ।