କନକ ବ୍ୟୁରୋ : ଛାତ୍ରବାସରେ ଡିପଥେରିଆ ଆତଙ୍କ। ମାଲକାନଗିରି ଜିଲ୍ଲା ଚିତ୍ରାଙ୍ଗପାଲି ଗାଁ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ମୃତ୍ୟୁ ପରେ ଡିପଥେରିଆ ଭୟ ଖେଳିଯାଇଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଭୁବନେଶ୍ୱରରୁ ଏକ ମେଡିକାଲ ଟିମ ଚିତ୍ରାଙ୍ଗପାଲି ଗାଁ କୁ ଯାଇ ପରୀକ୍ଷା ନିରୀକ୍ଷା କରିବେ। ଚିତ୍ରାଙ୍ଗପାଲି ଗାଁର ଚତୁର୍ଥ ଶ୍ରେଣୀ ଛାତ୍ର ସିବୁ ମାଡକାମିଙ୍କ ଗତ ୧୯ ତାରିଖରେ ମୃତ୍ୟୁ ହୋଇଥିଲା।  ଏବେ ଡିପଥେରିଆ ସନ୍ଦେହରେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୭ରୁ ଅଧିକ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ଛିତ୍ରାଙ୍ଗପାଲି ଆବାସିକ ବିଦ୍ୟାଳରେ ଅନେକ ଛାତ୍ରଛାତ୍ରୀଙ୍କୁ ଏକାନ୍ତବାସରେ ରଖା ଯାଇଛି। ଗତକାଲି ଚିତ୍ରାଙ୍ଗପାଲି ଗାଁରେ ସ୍ବାସ୍ଥ୍ୟ ବିଭାଗରେ ଟିମ ପହଁଚି ସ୍ବାବ୍ ସଂଗ୍ରହ କରି ଥିବା ବେଳେ ଆଜି ଭୁବନେଶ୍ବରରୁ ମେଡିକାଲ ଟିମ୍ ଗାଁକୁ ଯାଇ ଅଧିକ ଯାଂଚ କରିବ।