କନକ ବ୍ୟୁରୋ : ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଣ୍ଡାଘାଟି ଗସ୍ତ ପରେ ବି ସରୁନି ସୁଭଦ୍ରା ଯନ୍ତ୍ରଣା। ଆବଶ୍ୟକ ଡକୁମେଣ୍ଟ ଠିକ୍ ନଥିବାରୁ ସଂଶୋଧନ ପାଇଁ ନୟାନ୍ତ ହେଲେଣି। ଆଧାର ସଂଶୋଧନଠୁ ଆରମ୍ଭ କରି ବ୍ୟାଙ୍କ ପାସବୁକ୍ ଖୋଲିବା ପର୍ଯ୍ୟନ୍ତ କିଛି କରିପାରୁନାହାନ୍ତି। କାରଣ ଗତ ମାସେ ହେବ ଖଇରପୁଟ ବ୍ଲକ ସଦର ମହକୁମାରେ ଥିବା ସମସ୍ତ ଆଧାର ସେଣ୍ଟର ଓ ମୋ ସେବା କେନ୍ଦ୍ର ବନ୍ଦ ରହିଛି। ଫଳରେ ବଣ୍ଡାଘାଟିରୁ ୧୪ କିଲୋମିଟର ଦୂର ଖଇରପୁଟ ବ୍ଲକ ଅଫିସ୍ ପର୍ଯ୍ୟନ୍ତ ଆସି, ସଂଶୋଧନ କରିନପାରି ମନ ଦୁଃଖରେ ଫେରୁଛନ୍ତି ଏହି ଆଦିମ ଜନଜାତି ମହିଳା। 

Advertisment

ଗତ ମାସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜେ ବଣ୍ଡାଘାଟି ଯାଇ ଲୋକଙ୍କୁ ଭେଟିଥିଲେ, ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। ଜଣେ ମଧ୍ୟ ବଣ୍ଡାଘାଟି ମହିଳା ଯେପରି ବାଦ୍ ନପଡିବେ, ସେନେଇ ଗୁରୁତ୍ବାରୋପ କରିଥିଲେ। କିନ୍ତୁ ବିଡମ୍ବନା, ମୋ ସେବା କେନ୍ଦ୍ର ଗୁଡିକ ଖୋଲୁନଥିବାରୁ ଏଯାଏଁ ନା ଆଧାର ସଂଶୋଧନ କରିପାରୁଛନ୍ତି ନା ବାକି କାଗଜପତ୍ର ଠିକ୍ କରିପାରୁଛନ୍ତି। ତେଣୁ ୧୫ ତାରିଖ ପରେ ମିଳିବାକୁ ଥିବା ଚତୁର୍ଥ ପର୍ୟ୍ୟାୟ ଟଙ୍କା ପାଇବେ ନା ନାହିଁ, ସେନେଇ ଦୋଛକିରେ।