କନକ ବ୍ୟୁରୋ :  ଚାକିରି ନାଁରେ ଠକେଇ। ନିଜକୁ ଆଇଏଏସ୍ ଅଫିସର ପରିଚୟ ଦେଇ, ପାଣ୍ଡିଆନଙ୍କ ନାଁ ନେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ବଡ଼ କଥା ହେଉଛି, ଏହି ଠକେଇ ରାକେଟର ଦଲାଲ ସାଜିଥିଲେ ଜଣେ ପୁଲିସ କନେଷ୍ଟବଳ। ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ହେଉନଥିବାରୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଦ୍ୱାରସ୍ଥ ହୋଇଛନ୍ତି ଠକାମିର ଶିକାର ଅଭିଭାବକ।  

Advertisment