କନକ ବ୍ୟୁରୋ : ଅଭାବ ଅନଟନ ସହ ଦୁଃଖ କଷ୍ଟରେ ଯନ୍ତ୍ରଣାରେ ବିତୁଛି ଜୀବନ । ବିବାହ , ବ୍ରତ ହେଉ କିମ୍ବା କୈାଣସି ସାଂସ୍କୃତିକ କାର୍ୟ୍ୟକ୍ରମ । ସମସ୍ତେ ଖୋଜନ୍ତି ମହୁରୀ ବାଦକ ବାବାଜି ମଉସାଙ୍କୁ । ମଉସା ସମସ୍ତଙ୍କର ଖୁସିରେ ସାମିଲ ହୋଇ ମୁହଁରେ ହସ ଫୁଟାଉଥିବା ବେଳେ ତାଙ୍କର ଦୁଃଖ ଶୁଣିବାକୁ ଯେମିତି କହେି ନାହିଁ । ଏ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ସମଶରା ଗାଁର ବୃଦ୍ଧ ବାବାଜି ଜେନା । ମୁଣ୍ଡ ଗୁଂଜିବାକୁ ନିଜର ଘର ଖଣ୍ଡିଏ ନଥିବା ବେଳେ ଘରେ ପଡିଛି କର୍କଟ ପୀଡିତା ପତ୍ନୀ । ବୟସର ଅପରାହ୍ନରେ ଏବେ ବାବାଜି ମଉସାଙ୍କୁ ଆଉ ଆଗଭଳି କାମ ମିଳୁନି । ଯାହାଫଳରେ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି । ପତ୍ନି ଶାନ୍ତିଲତା କର୍କଟ ଆକ୍ରନ୍ତ ହୋଇ ବିଛଣାରେ ପଡିରହିବା ମଉସାଙ୍କର ଦୁଃଖ ଯେମିତି ଆହୁରି ବଢିଯାଇଛି । ପ୍ରାୟ ୪୦ ବର୍ଷ ହେବ ମହୁରୀ ବଜାଉଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ କଳାକାର ଭତା ଖଣ୍ଡିଏ ମିଳିନଥିବା କୋହଭରା କଣ୍ଠରେ କହିଛନ୍ତି ବାବାଜି ମଉସା ।
ମାସକୁ କିଛି ଚାଉଳ ଓ ଭତା ଟଙ୍କା ମିଳୁଛି । ଯାହାକି ପୁରା ପରିବାରକୁ ନିଅଣ୍ଟ ହୋଇପଡିଛି । ଆଉ ତା ଭିତରେ କିଭଳି ପତ୍ନୀଙ୍କର ଚିକିତ୍ସା କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି ବାବାଜୀ ମଉସା । ଏନେଇ ତାଙ୍କୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ପାଖ ପଡ଼ୋଶୀ ।
ଯଦି କୌଣସି ସହୃଦୟ ବ୍ୟକ୍ତି ବାବାଜୀ ମଉସାଙ୍କୁ ସାହାଯ୍ୟ କରିବାକୁ ଚାହୁଛନ୍ତି । ଏହି ଠିକଣାରେ ଯୋଗାଯୋଗ କରିପାରିବେ ।
ବାବାଜୀ ଚରଣ ଜେନା
SBI BANDHAKATA BRANCH
AC NO – 30586138245
IFSC CODE – SBIN0008098
PHONE PAY NO - 8117881209
ଅଭାବ ଅନଟନ ଭିତରେ ଦୁଃଖ କଷ୍ଟରେ ରହୁଥିବା ବେଳେ ବାବାଜୀ ମଉସାଙ୍କୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ସେ ତାଙ୍କର ପତ୍ନୀଙ୍କ ଚିକିତ୍ସା କରିପାରିବେ ।