କନକ ବ୍ୟୁରୋ : ବ୍ୟାକ୍ଟେରିଆ ଜିବିଏସ ଦ୍ବାରା ଆକ୍ରାନ୍ତ ୧୭ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା । ସେପଟେ ଆଜି ନାଗପୁର ଓ ଏହାର ଆଖପାଖ ସହରରୁ ଆଉ ୧୦ଜଣ ରୋଗି ମିଳିବା ପରେ ଭୟ ବଢ଼ିଛି । ମହାରାଷ୍ଟ୍ରରେ ୧୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି ।
ମହାରାଷ୍ଟ୍ରରେ ମାଡ଼ୁଛି ନୂଆ ରୋଗ
କାୟା ବିସ୍ତାର କରୁଛି ଗୁଇଲେନ୍-ବାରେ ସିଣ୍ଡ୍ରୋମ
ଏହା ଏକ ବିରଳ ସ୍ନାୟୁ ରୋଗ
ଦ୍ରୁତ ବେଗରେ ବ୍ୟାପୁଛି
୧୩୦ରୁ ଅଧିକ ଆକ୍ରନ୍ତ
ସୋଲାପୁରରେ ଜଣେ ୪୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ
୧୭ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଓ ଭେଣ୍ଟିଲେଟରରେ ଚିକିତ୍ସା
ପୁଣେରେ ସବୁଠୁ ଅଧିକ ସଂକ୍ରମଣ ବ୍ୟାପୁଛି
୧୦୧ ରୋଗୀଙ୍କ ମଧ୍ୟରୁ ୬୮ଜଣ ପୁରୁଷ ଓ ୩୩ ମହିଳା, ୧୯ ଶିଶୁ
୫୦ରୁ ଅଧିକ ବୟସର ୨୩ଜଣ ରୋଗୀ ଚିକିତ୍ସିତ
ସେପଟେ ଜିବିଏସର ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏହି ଟିମରେ ୭ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି । ସେମାନେ ସୋମବାର ମହାରାଷ୍ଟ୍ରର ପୁଣେ ଓ ନାଗପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି । ଏହି ଟିମରେ ଦେଶର ଜଣାଶୁଣା ଭୂତାଣୁ ଗବେଷକ ମଧ୍ୟ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହିତ ଏହି ବିଶେଷଜ୍ଞ ଦଳ ରହି ଏହି ନୂଆ ରୋଗକୁ ଯାଂଚ କରିବେ ।
‘ଜିବିଏସ’ର ଲକ୍ଷଣ ଓ ନିରାକରଣ
-ସଂକ୍ରମଣ ମୁଖ୍ୟତଃ କାରଣ କାମ୍ପିଲୋବାକ୍ଟର ଜେଜୁନି ନାମକ ଏକ ବ୍ୟାକ୍ଟେରିଆ
-ପେଟ ସଂକ୍ରମଣ ସମୟରେ ଶରୀରରେ ପ୍ରବେଶ କରିଥାଏ
-ଏହି ରୋଗ ହାତ ଓ ଗୋଡ଼କୁ ଦୁର୍ବଳ କରୁଛି
-ତଣ୍ଟିରେ ଯନ୍ତ୍ରଣା, ଖାଦ୍ୟ ଢ଼ୋକିବାରେ ସମସ୍ୟା,ଠିକ ଭାବେ ଚାଲି ନପାରିବା ଲକ୍ଷଣ
-ପେଟ ଯନ୍ତ୍ରଣା, ଝାଡ଼ା, ବାନ୍ତି ,ଶ୍ବାସକ୍ରିୟାରେ କଷ୍ଟ ଅନୁଭବ
ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ପ୍ରଭାବ ପକାଉଛି
-ଅଳ୍ପ ରନ୍ଧା ମାଂସ, କ୍ଷୀର,ଜଳାଶୟ ଦ୍ବାରା ବ୍ୟାପୁଛି
ଚିକିତ୍ସକଙ୍କ ମତରେ ରୋଗ ଗମ୍ଭୀର ହେବା ଆଶଙ୍କା ରହିଛି ତଥାପି ସଠିକ ସମୟରେ ଚିକିତ୍ସା, ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରେ ।