୨ ବର୍ଷ ତଳେ ବର୍ଷାରେ ଭାଙ୍ଗି ଯାଇଛି ଘର: ଆଜି ଯାଏଁ ପଲିଥିନ୍ ତଳେ, ପର ବାରଣ୍ଡାରେ ବିତୁଛି ଜୀବନ

Advertisment

ବାସହୀନଙ୍କ ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ନବରଙ୍ଗପୁରରେ ଯୋଜନାକୁ ହାତେଇଛନ୍ତି ଥିଲାବାଲା। ଘର ଉପରେ ଘର କରୁଛନ୍ତି । ଆଉ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ବାସହୀନଙ୍କ ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ନବରଙ୍ଗପୁରରେ ଯୋଜନାକୁ ହାତେଇଛନ୍ତି ଥିଲାବାଲା। ଘର ଉପରେ ଘର କରୁଛନ୍ତି । ଆଉ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

dw

କନକ ବ୍ୟୁରୋ: ବାସହୀନଙ୍କ ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ନବରଙ୍ଗପୁରରେ ଯୋଜନାକୁ ହାତେଇଛନ୍ତି ଥିଲାବାଲା। ଘର ଉପରେ ଘର କରୁଛନ୍ତି । ଆଉ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

୨୦୨୨ ଅଗଷ୍ଟରେ ନବରଙ୍ଗପୁର ଝରିଗାଁ ବ୍ଲକରେ ପ୍ରବଳ ବର୍ଷା ହୋଇଥିଲା। ଅନେକଙ୍କ କଚ୍ଚା ଘର ଭାଙ୍ଗିଥିଲା। ସେବେଠୁ କ୍ଷତିଗ୍ରସ୍ତ ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ପର ବାରଣ୍ଡାରେ ପରିବାର ସହ ରହୁଛନ୍ତି। ସେମାନଙ୍କୁ ଆଜିଯାଏଁ ସରକାରୀ ଆବାସ ମିଳିନାହିଁ। ଘରଟିଏ ପାଇଁ ଦୁଇ ବର୍ଷ ହେଲା ତହସିଲ ଅଫିସରୁ ବ୍ଲକ ଅଫିସ ଧାଉଁଛନ୍ତି। ହେଲେ ବାସହୀନଙ୍କ କଥା କେହି ଶୁଣୁନାହାନ୍ତି କି ତାଙ୍କ ଉପରେ ପ୍ରଶାସନିକ ବାବୁଙ୍କ ନଜର ପଡୁନାହିଁ।

କୁଟ୍ରିଛାପର ପଞ୍ଚାୟତ କଲେଗାଁର ଅମର ଗୌଡ଼ ଭଙ୍ଗାଙ୍କ ୬ପ୍ରାଣୀ କୁଟୁମ୍ୱ ଦଦରା ଘରେ ରହୁଛନ୍ତି। ଗାଈ ଗୋରୁ ଚରାଇ ପରିବାର ପୋଶୁଛନ୍ତି। ତାଙ୍କ ଭାଗ୍ୟରେ ଆବାସଟିଏ ଜୁଟି ନାହିଁ। ଏବେ ଝରିଗାଁ ବ୍ଳକରେ ଆବାସ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ତହସିଲ ପକ୍ଷରୁ ରିପୋର୍ଟ ମିଳୁନଥିବାରୁ ଯୋଗ୍ୟ ହିତାଧିକାରୀ ଆବେଦନ କରି ପାରୁନାହାନ୍ତି। ସେ ସମୟର ରିପୋର୍ଟ ମିଳୁନଥିବା କହି ତହସିଲଦାର ଫେରାଇ ଦେଉଥିବା ଅଭିଯୋଗ ହୋଇଛି ।ଘଟଣା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ନଜରକୁ ଆସିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ସେ ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe