କନକ ବ୍ୟୁରୋ: ଯୌତୁକ ପାଇଁ ଜାଳିଦେଲେ ଶାଶୂ ଘର ଲୋକେ । ପେଟ୍ରୋଲ ଢାଳି ମହିଳାଙ୍କୁ ତାଙ୍କ ଶାଶୁ ଓ ଦିଅର ଜାଳିଦେଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଖଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବୋହୂ ଆରତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଖଲିକୋଟ କହ୍ନେଇପୁର ଗାଁର ଆକାଶ ପରିଡ଼ା ୨ ବର୍ଷ ତଳେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ । ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦିଆଯାଉଥିବା ଆରତୀଙ୍କ ବାପା ଅଭିଯୋଗ କହିଛନ୍ତି । ଗତ ରାତିରେ ଶାଶୂ ବୋହୂଙ୍କ ମଧ୍ୟରେ ବଚସା ହୋଇଥିଲା । ଆଜି ସକାଳୁ ଦିଅର ଓ ଶାଶୂ ଉଭୟ ମିଶି ଆରତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ  ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ଶରୀରର ୪୦ ପ୍ରତିଶତ ପୋଡିଯାଇଥିବା ବେଳେ ଡାକ୍ତର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରିଛନ୍ତି । ମେଡ଼ିକାଲରେ ପୁଲିସ୍ ପହଞ୍ଚି ପଚରାଉଚରା କରିଛି ।