କୋରାପୁଟ ଜୟପୁରରେ ସମ୍ବାଦର ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ଅଗ୍ରଦୂତ' । ୧୨ ଜଣଙ୍କୁ ସମ୍ମାନିତ

ଗୋଟିଏ ଛାତ ତଳେ ଜିଲ୍ଳାର ବୁଦ୍ଧିଜୀବୀଙ୍କୁ ଏକାଠି କରିବାରେ ସଫଳ ହୋଇଛି ସମ୍ବାଦ ଓ କନକ ନ୍ୟୁଜ । ୧୨ ଜଣଙ୍କୁ ଅଗ୍ରଦୂତ ସମ୍ମାନରେ ସମ୍ମାନିତ କରାଯିବ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଗୋବର୍ଦ୍ଧନ, ମାଣ୍ଡିଆ ରାଣୀ ରାଇମତୀ ଘିଉରିଆ, ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜ ଏଡିଟର ଭବାନୀ ତ୍ରିପାଠୀ ରହିଛନ୍ତି।

SFDSFDFSDFSFSF

କନକ ବ୍ୟୁରୋ : କୋରାପୁଟ ଜୟପୁରରେ ଆୟୋଜିତ ହେଲା ‘ଅଗ୍ରଦୂତ’ କୋରାପୁଟ ରାଇଜିଂ ଦ ଫ୍ୟୁଚର କନକ୍ଲେଭ-୨୦୨୫। ସମ୍ବାଦ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟସେବା, ଶିଳ୍ପ ଓ ପର୍ଯ୍ୟଟନର ବିକାଶ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ସମାବେଶର ଆୟୋଜନ କରାଯାଇଛି । ଗୋଟିଏ ଛାତ ତଳେ ଜିଲ୍ଳାର ବୁଦ୍ଧିଜୀବୀଙ୍କୁ ଏକାଠି କରିବାରେ ସଫଳ ହୋଇଛି ସମ୍ବାଦ ଓ କନକ ନ୍ୟୁଜ । ୧୨ ଜଣଙ୍କୁ ଅଗ୍ରଦୂତ ସମ୍ମାନରେ ସମ୍ମାନିତ କରାଯିବ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଗୋବର୍ଦ୍ଧନ, ମାଣ୍ଡିଆ ରାଣୀ ରାଇମତୀ ଘିଉରିଆ, ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜ ଏଡିଟର ଭବାନୀ ତ୍ରିପାଠୀ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ  ୩ଟି ଅଧିବେଶନ ରହିଛି। ଯେଉଁଥିରେ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଶିଳ୍ପ ପର୍ଯ୍ୟଟନ ବିଷୟ ନେଇ ଆଲୋଚନା ରହିଛି। ସମସ୍ତ ବିଷୟ ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe