ଖୋର୍ଦ୍ଧାରେ କଥା କଥାକେ ଫୁଟୁଛି ଗୁଳି । ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାକୁ ଖୋର୍ଦ୍ଧା ପୁଲିସର ମାଷ୍ଟରପ୍ଲାନ

୭ ଏପ୍ରିଲରେ ଷଢ଼େଇଗଡ଼ରେ ବୋମା ଫୁଟି ଜଣଙ୍କର ମୃତ୍ୟୁ ଘଟିଲା । ଏସବୁ ଘଟଣା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ଗୋଟିଏ ଗୋଟିଏ ଉଦାହରଣ । ଏସବୁ ଘଟଣା କହୁଛି, ଖୋର୍ଦ୍ଧାରେ ଅପରାଧୀଙ୍କ ପାଖରେ ଗୋଳା, ବନ୍ଧୁକ, ଛୁରା ଭୁଜାଲି ପରି ସବୁ ମାରଣାସ୍ତ୍ର ମହଜୁଦ ରହୁଛି । 

PRKZþþþþ

କନକ ବ୍ୟୁରୋ : ଦିନକୁ ଦିନ ଖୋର୍ଦ୍ଧାରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି । ଗତ ଫେବ୍ରୁୟାରୀ ୨୭ରେ କୁମାରବସ୍ତରେ ବୋମା ଫୁଟିଥିଲା । ମାର୍ଚ୍ଚ ୯ରେ ଛତ୍ରମାରେ ଯୁବକଙ୍କୁ ଅପହରଣ କରାଗଲା। ୨୦ ମାର୍ଚ୍ଚରେ ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ । ୭ ଏପ୍ରିଲରେ ଷଢ଼େଇଗଡ଼ରେ ବୋମା ଫୁଟି ଜଣଙ୍କର ମୃତ୍ୟୁ ଘଟିଲା । ଏସବୁ ଘଟଣା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ଗୋଟିଏ ଗୋଟିଏ ଉଦାହରଣ । ଏସବୁ ଘଟଣା କହୁଛି, ଖୋର୍ଦ୍ଧାରେ ଅପରାଧୀଙ୍କ ପାଖରେ ଗୋଳା, ବନ୍ଧୁକ, ଛୁରା ଭୁଜାଲି ପରି ସବୁ ମାରଣାସ୍ତ୍ର ମହଜୁଦ ରହୁଛି । 

କେବଳ ସେତିକି ନୁହେଁ, ପ୍ରତ୍ୟେକ ଦିନ ଧଳା ଜହର, ଗଞ୍ଜେଇ, ଚୋରା ମଦ କାରବାର ଚାଲୁଥିବା ଖବର ଆସୁଛି। ପୁଲିସ ଏହି ଅପରାଧୀଙ୍କୁ କେତେକାଂଶରେ ଧରୁଛି ସତ, ହେଲେ ଅଧିକାଂଶ ମାମଲାରେ ପୁଲିସର ହାତ ଖାଲି। ତେବେ ଏହି ସବୁ ଅପରାଧିକ କାର୍ଯ୍ୟକଳାପ ପଛରେ ଖଣି ବ୍ୟବସାୟ ମୁଖ୍ୟ କାରଣ ହୋଇଥିବା ଅଭିଯୋଗ କରାଯାଇଛି । ସେପଟେ ଅପରାଧିଙ୍କୁ ଚେକ୍‌ ଦେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଖୋର୍ଦ୍ଧା ପୁଲିସ୍‌ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe